ଗୋ ଚାଲାଣକାରୀ ଭାବି ୧୯ବର୍ଷୀୟ ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

Advertisment

୨୫କିଲୋମିଟର ଯାଏ ପିଛା କରିବା ପରେ ହତ୍ୟା କଲେ ଦୁର୍ବୃତ୍ତ। ଗୋ ଚାଲାଣକାରୀ ଭାବି ୧୯ବର୍ଷୀୟ ଯୁବକଙ୍କୁ ଭୁଲରେ ହତ୍ୟା କରାଯାଇଥିବା କହିଛନ୍ତି ଅଭିଯୁକ୍ତ। ଏହି ଘଟଣାରେ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି।

୨୫କିଲୋମିଟର ଯାଏ ପିଛା କରିବା ପରେ ହତ୍ୟା କଲେ ଦୁର୍ବୃତ୍ତ। ଗୋ ଚାଲାଣକାରୀ ଭାବି ୧୯ବର୍ଷୀୟ ଯୁବକଙ୍କୁ ଭୁଲରେ ହତ୍ୟା କରାଯାଇଥିବା କହିଛନ୍ତି ଅଭିଯୁକ୍ତ। ଏହି ଘଟଣାରେ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି।

haryana

ହରିୟାଣା: ଅଜାଣତରେ ଚାଲିଗଲା ଜୀବନ। ଲିଭିଗଲା ୧୯ବର୍ଷୀୟ ଯୁବକଙ୍କ ଜୀବନ ଦୀପ। ସାହାଭରସା ହରାଇଲେ ପରିବାର। ହରିୟାଣାର ଫରିଦାବାଦ ଜିଲ୍ଲାରେ ଜଣେ ୧୯ବର୍ଷର ଛାତ୍ରଙ୍କୁ ଗୋ ଚୋରା ଚାଲାଣକାରୀ ବୋଲି ଭାବି ହତ୍ୟା କରାଯାଇଥିବା ସାମ୍ନାକୁ ଆସିଛି। ହତ୍ୟା କରିବା ପୂର୍ବରୁ ଅଭିଯୁକ୍ତମାନେ ତାଙ୍କ କାରକୁ ୨୫କିଲୋମିଟର ପର୍ଯ୍ୟନ୍ତ ପିଛା କରିଥିଲେ। ଏହି ଘଟଣାରେ ପୁଲିସ ୫ଜଣଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ମୃତକ ଆରୟନ ମିଶ୍ର ତାଙ୍କ ବନ୍ଧୁ ହର୍ଷିତ ଏବଂ ଶାଙ୍କିଙ୍କ ସହ ଅଗଷ୍ଟ ୨୩ ତାରିଖ ମଧ୍ୟରାତ୍ରିରେ ଏକ ଲାଲ ରଙ୍ଗର ଏସୟୁଭିରେ ବାହାରକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ଗୋ ରକ୍ଷକଙ୍କୁ ଖବର ମିଳିଥିଲା ଯେ, କିଛି ଗୋ ଚାଲାଣକାରୀ ଏସୟୁଭି ଧରି ସହରରେ ଗାଈ ଖୋଜିବା ଆରମ୍ଭ କରିଛନ୍ତି। ଏହି ଖବର ପାଇବା ପରେ ଅଭିଯୁକ୍ତ ଅନିଲ କୌଶିକ, ବରୁଣ, କୃଷ୍ଣ, ଆଦେଶ ଏବଂ ସୌରଭ କାର ଯୋଗେ ଗୋ ଚାଲାଣକାରୀଙ୍କୁ ଖୋଜିବାକୁ ବାହାରି ପଡ଼ିଥିଲେ। ଏହି ସମୟରେ ଆରୟନଙ୍କ ଏସୟୁଭି ଦେଖି ତାଙ୍କୁ ଗୋ ଚାଲାଣକାରୀ ବୋଲି ଭାବିଥିଲେ ଅନିଲ କୌଶିକ। ଗାଡ଼ି ଅଟକାଇବାକୁ କହିବାରୁ କାର ଚଳାଉଥିବା ହର୍ଷିତ ଚୋର ପଛରେ ପଡ଼ିଥିବା ଭାବି ଗାଡ଼ି ଅଟକାଇନଥିଲେ। ଏହା ଦ୍ବାରା କାରଟି ଗୋ ଚାଲାଣକାରୀଙ୍କର ବୋଲି ଅନିଲ ଓ ତାଙ୍କ ସାଙ୍ଗମାନେ ଭାବି ନେଇଥିଲେ। ୨୫କିଲୋମିଟର ଯାଏ ପିଛା କରିବା ପରେ ଜଣେ ଅଭିଯୁକ୍ତ ଆରୟନଙ୍କ କାର ଉପରକୁ ଗୁଳି ଚଳାଇଥିଲା। ଗୁଳିଟି ଆରୟନଙ୍କ ଦେହରେ ବାଜିବାରୁ ହର୍ଷିତ ଗାଡ଼ି ଅଟକାଇ ଦେଇଥିଲେ। ଏହା ପରେ ଅଭିଯୁକ୍ତମାନେ ଆଖିବୁଜା ଗୁଳି ବର୍ଷା କରିଥିଲେ ଯାହା ଦ୍ବାରା ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe