ପ୍ରେମିକ ସହ ରିଲ କରିବାକୁ ବାରଣ କରିବାରୁ ସ୍ବାମୀଙ୍କୁ ହତ୍ୟା କଲା ସ୍ତ୍ରୀ

Advertisment

ଇନଷ୍ଟାଗ୍ରାମରେ ରିଲ୍ ତିଆରି କରିବାର ସଉକ ଥିବା ଜଣେ ମହିଳା ତାଙ୍କ ପ୍ରେମିକଙ୍କ ସହିତ ମିଶି ସ୍ୱାମୀଙ୍କୁ ଓଢ଼ଣୀ ସାହାଯ୍ୟରେ ଗଳାଚିପି ହତ୍ୟା କରିଥିବାର ଲୋମଟାଙ୍କୁରା ଘଟଣା ଘଟିଛି।

ଇନଷ୍ଟାଗ୍ରାମରେ ରିଲ୍ ତିଆରି କରିବାର ସଉକ ଥିବା ଜଣେ ମହିଳା ତାଙ୍କ ପ୍ରେମିକଙ୍କ ସହିତ ମିଶି ସ୍ୱାମୀଙ୍କୁ ଓଢ଼ଣୀ ସାହାଯ୍ୟରେ ଗଳାଚିପି ହତ୍ୟା କରିଥିବାର ଲୋମଟାଙ୍କୁରା ଘଟଣା ଘଟିଛି।

୭୯୮ୖ୮

ମିରଟ: ଉତ୍ତରପ୍ରଦେଶର ମିରଟରେ ସୌରଭ ରାଜପୁତ ହତ୍ୟା ମାମଲାର ତଦନ୍ତ ଶେଷ ହୋଇ ନଥିବା ବେଳେ ହରିୟାଣାରୁ ସେମିତି ଏକ ଖବର ସାମ୍ନାକୁ ଆସିଛି। ଇନଷ୍ଟାଗ୍ରାମରେ ରିଲ୍ ତିଆରି କରିବାର ସଉକ ଥିବା ଜଣେ ମହିଳା ତାଙ୍କ ପ୍ରେମିକଙ୍କ ସହିତ ମିଶି ସ୍ୱାମୀଙ୍କୁ ହତ୍ୟା କରିଥିବାର ଲୋମଟାଙ୍କୁରା ଘଟଣା ଘଟିଛି। ସ୍ବାମୀ ହତ୍ୟାକାରୀ ସ୍ତ୍ରୀଙ୍କ ନାମ ରବୀନା। ମୃତକ ସ୍ବାମୀଙ୍କ ନାମ ପ୍ରବୀଣ।

ସୂଚନାଯୋଗ୍ୟ, ରବୀନା ଏବଂ ସୁରେଶଙ୍କ ମଧ୍ୟରେ ଅନେକଦିନ ହେବ ପ୍ରେମ ସମ୍ପର୍କ ଥିଲା। ଦୁହିଁଙ୍କ ସମ୍ପର୍କକୁ ନେଇ ପ୍ରବୀଣଙ୍କୁ ସନ୍ଦେହ ହୋଇଥିଲା। ଏହାପରେ ସେ ରବୀନାଙ୍କ ଉପରେ ନଜର ରଖିଥିଲେ।

ଗତ  ମାର୍ଚ୍ଚ ୨୫ ତାରିଖରେ ପ୍ରବୀଣ ଦୁହିଁଙ୍କୁ ଘରେ ଏକ ଆପତ୍ତିଜନକ ଅବସ୍ଥାରେ ଧରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ରବୀନା, ସୁରେଶ ଓ ପ୍ରବୀଣଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଏହାପରେ  ରବୀନା ଏବଂ ସୁରେଶ ମିଶି ପ୍ରବୀଣଙ୍କୁ ଏକ ଓଢ଼ଣୀ ସାହାଯ୍ୟରେ ଗଳାଚିପି ହତ୍ୟା କରିଥିଲେ।

୩୨ ବର୍ଷୀୟା ରବୀନା ଇନଷ୍ଟାଗ୍ରାମ ଜରିଆରେ ସୁରେଶଙ୍କୁ ଭେଟିଥିଲେ। ଦୁହେଁ ପ୍ରାୟ ଦେଢ଼ ବର୍ଷ ଧରି ଏକାଠି କଣ୍ଟେଣ୍ଟ ତିଆରି କରି ଆସୁଥିଲେ। ଯାହାକୁ ପ୍ରବୀଣ ଅନେକ ସମୟରେ ବିରୋଧ ବି କରୁଥିଲେ। କିନ୍ତୁ ରବୀନା ସ୍ବାମୀଙ୍କ କୌଣସି କଥାକୁ ଖାତିର କରୁ ନଥିଲେ। ଏହାରି ଭିତରେ ରବୀନା ଓ ପ୍ରବୀଣ ପରସ୍ପରର ପ୍ରେମରେ ପଡ଼ି ଯାଇଥିଲେ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe