ବରିଷ୍ଠ ଅଫିସରଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିବା ନେଇ ଫେସ୍‌ବୁକ୍‌ରେ ମହିଳା ଆଇଏଏସ୍‌ ବଖାଣିଲେ ନିଜ ଦୁଃଖ

Advertisment
ବରିଷ୍ଠ ଅଫିସରଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିବା ନେଇ ଫେସ୍‌ବୁକ୍‌ରେ ମହିଳା ଆଇଏଏସ୍‌ ବଖାଣିଲେ ନିଜ ଦୁଃଖ

ନୂଆଦିଲ୍ଲୀ: ହରିୟାଣର ଜଣେ ମହିଳା ଆଇଏଏସ୍‌ ଅଧିକାରୀ ନିଜର ବରିଷ୍ଠ ଅଫିସରଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ମହିଳା ଆଇଏଏସ୍‌ ରବିବାର ଫେସ୍‌ବୁକ୍‌ରେ ପୋଷ୍ଟ କରି ନିଜର ଯୌନ ନିର୍ଯାତନା ଘଟଣା ସମ୍ପର୍କରେ ବଖାଣିଛନ୍ତି।

publive-image

ଅଭିଯୋଗକାରୀ ମହିଳା ଆଇଏଏସ୍‌ଙ୍କ କହିବା ମୁତାବକ, ସେ ଏଯାବତ ରାଷ୍ଟ୍ରପତି କାର୍ଯ୍ୟାଳୟ ଓ ଭାରତ ସରକାରଙ୍କୁ ୫୩ଟି ଅଭିଯୋଗ ମେଲ ଲେଖି ସାରିଛନ୍ତି। କିନ୍ତୁ ଏଯାଏଁ ଅଫିସର ସୁନିଲ ଗୁଲାଟିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯାଇ ନାହିଁ। ମଇ ୧୦ ତାରିଖରେ ରେବାଡିର କୋସଲି ତହସିଲରେ ଏସ୍‌ଡିଜେଏମ୍‌ ଅଦାଲତରେ ଜାଚିକା ଦାୟର କରିଥିଲେ, ଯେଉଁଥିରେ ସେ ସିଆରପିସି ଧାରା ୧୬୪ ଜରିଆରେ ନିଜର ବୟାନ୍‌ ଓ ଡିଭିଡି ସହିତ ଅନ୍ୟ ଦସ୍ତାବିଜକୁ ବି ଦାଖଲ କରିସାରିଛନ୍ତି।

publive-image

ଏଯାବତ୍‌ ପୁଲିସରେ କୌଣସି ଅଭିଯୋଗ ରୁଜୁ କରାଯାଇ ନାହିଁ। ମହିଳା ଆଇଏଏସ୍‌ ରବିବାର ଗୋଟିଏ ପରେ ଗୋଟିଏ କରି ସାତଟି ପୋଷ୍ଟ ଲେଖି କିପରି ସେ ତାଙ୍କ ବରିଷ୍ଠ ଅଫିସରଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିଲେ ସେ ବିଷୟରେ ଲେଖିଛନ୍ତି।  ଏହି ମହିଳା ଆଇଏଏସ୍‌ ଅଧିକାରୀ ପଶୁପାଳନ ବିଭାଗ ଆଡିସ୍‌ନାଲ ସେକ୍ରେଟରି ପଦରେ ନିଯୁକ୍ତ ଅଛନ୍ତି।

ଏହି ଘଟଣାକୁ ନେଇ ଅଫିସର ସୁନିଲ ଗୁଲାଟି କହିଛନ୍ତି, ତାଙ୍କ ଉପରେ ଲଗାଯାଇଥିବା ଯୌନ ନିର୍ଯାତନା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଅଟେ। ଏହି ମହିଳା ଆଇଏଏସ୍‌ କୌଣସି କାମ କରନ୍ତି ନାହିଁ, କି କରିବାକୁ ଚାହାନ୍ତି ନାହିଁ। ସେଥିପଇଁ ସେ ଏଭଳି ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe