Loksatta
ନୂଆଦିଲ୍ଲୀ: ମଙ୍ଗଳବାର ନିଜ ବାସଭବନରେ ଆତ୍ମହତ୍ୟା କରିଥିଲେ ଆଟଲାସ୍ ସାଇକେଲ କମ୍ପାନିର ମାଲିକ ସଞ୍ଜୟ କପୁରଙ୍କ ପତ୍ନୀ ନତାଶା କପୁର। ହଠାତ୍ ନତାଶାଙ୍କ ଏଭଳି ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ପ୍ରଥମେ ଏହା ପଛର କାରଣ ସାମ୍ନାକୁ ଆସି ନ ଥିଲା। କିନ୍ତୁ ଆଜି ପୁଲିସ ନତାଶାଙ୍କ ହାତଲେଖା ସୁଇସାଇଡ୍ ନୋଟକୁ ଜବତ କରିଛି। ଯେଉଁଥିରେ, ‘ମୁଁ କିଛି ଏଭଳି କାମ କରିଦେଇଛି, ଯାହା କରିବା ଉଚିତ୍ ନଥିଲା’ ବୋଲି ଲେଖିଛନ୍ତି ନତାଶା। ନିଜ ଭୁଲ ପାଇଁ ନତାଶା ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଥିବା ବେଳେ ଭୁଲଟି କ’ଣ ତାହା ସାମ୍ନାକୁ ଆସିପାରି ନାହିଁ।
ତାଙ୍କ ସୁଇସାଇଡ୍ ନୋଟରେ ଲେଖାଯାଇଛି କି, ‘ମୁଁ ନିଜେ ମୋର ଜୀବନ ନେଉଛି। କୌଣସି ବ୍ୟକ୍ତି ଏନେଇ ଦାୟୀ ନୁହନ୍ତି। ମୁଁ କିଛି ଏଭଳି କାମ କରିଦେଇଛି, ଯାହା ମୋତେ କରିବାର ନଥିଲା। ମୁଁଁ ମୋ ନିଜ ନଜରରେ ତଳକୁ ଖସିଯାଇଛି। ସଞ୍ଜୟ, ମୋ ପୁଅ-ଝିଅ, ମୁଁ ତୁମ ସମସ୍ତଙ୍କୁ ବହୁତ ଭଲ ପାଏ।’ ତେବେ ନତାଶାଙ୍କ ଏଭଳି ସୁଇସାଇଡ୍ ନୋଟ୍ ସାମ୍ନାକୁ ଆସିବା ପରେ ନିଜର କେଉଁ ଭୁଲ ପାଇଁ ସେ ଏଭଳି ପଦକ୍ଷେପ ନେଲେ, ତାହା ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।
India Todayନତାଶାଙ୍କ ପୁଅ ସିଦ୍ଧାନ୍ତଙ୍କ କହିବା ମୁତାବକ, ମଙ୍ଗଳବାର ମା’ଙ୍କୁ ମଧ୍ୟାହ୍ନ ଭୋଜନ କରିବା ପାଇଁ ମୁଁ ଫୋନ କରିଥିଲି। କିନ୍ତୁ ସେ ଫୋନ ନ ଉଠାଇବାରୁ ତାଙ୍କ ରୁମ୍ ବାହାରକୁ ଯାଇ ମୁଁ କବାଟ ବାଡ଼ାଇ ଡ଼ାକିଥିଲି। ହେଲେ ସେ ଶୁଣି ନଥିଲେ। ଭିତର ପଟୁ କବାଟ ବନ୍ଦ ନ ଥିବାରୁ ମୁଁ କବାଟ ଖୋଲି ଭିତରକୁ ଯିବା ପରେ ତାଙ୍କୁ ପଙ୍ଖାରେ ଝୁଲୁଥିବାର ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। ଏହା ପରେ ଘରର ଗୃହ ସହାୟକଙ୍କ ସାହାଯ୍ୟରେ ମା’ଙ୍କୁ ଡାକ୍ତରଖାନା ନେଇଥିଲେ ମଧ୍ୟ ତାଙ୍କୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
Follow Us