ତକିଆ ସହ ମୈଥୁନ କର; ଝିଅଙ୍କ ସହ ଦୁର୍ବ୍ୟବହାର କର: ଇନ୍ଦୋର ‘ଏମ୍‌ଜିଏମ୍‌’ ମେଡିକାଲ୍‌ କଲେଜ୍‌ରେ ରାଗିଙ୍ଗ୍‌

Advertisment
ତକିଆ ସହ ମୈଥୁନ କର; ଝିଅଙ୍କ ସହ ଦୁର୍ବ୍ୟବହାର କର: ଇନ୍ଦୋର ‘ଏମ୍‌ଜିଏମ୍‌’ ମେଡିକାଲ୍‌ କଲେଜ୍‌ରେ ରାଗିଙ୍ଗ୍‌

Image Courtesy of IG News

ଇନ୍ଦୋର୍‌: ତୃତୀୟ ବାର୍ଷିକ ଛାତ୍ରମାନେ ରାଗିଙ୍ଗ୍‌, ବିରକ୍ତ ଏବଂ ଆକ୍ରମଣ କରୁଛନ୍ତି ବୋଲି ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ‘ମହାତ୍ମା ଗାନ୍ଧୀ ମେମୋରିଆଲ୍‌’ (ଏମ୍‌ଜିଏମ୍‌) ମେଡିକାଲ୍‌ କଲେଜ୍‌ର ପ୍ରଥମ ବାର୍ଷିକ ଛାତ୍ରମାନେ ଅଭିଯୋଗ କରିଛନ୍ତି। ଛାତ୍ରମାନେ ଅଭିଯୋଗ କରିଛନ୍ତି କି, କେତେକ ବରିଷ୍ଠ ଛାତ୍ର ସେମାନଙ୍କୁ ତକିଆ ସହିତ ଅପ୍ରାକୃତିକ ମୈଥୁନ କରିବା ଏବଂ ଝିଅ କ୍ଲାସ୍‌ମେଟ୍‌ମାନଙ୍କ ସହିତ ଦୁର୍ବ୍ୟବହାର କରିବାକୁ ବାଧ୍ୟ କରୁଛନ୍ତି।

‘ୟୁନିଭର୍ସିଟି ଗ୍ରାଣ୍ଟ୍‌ କମିସନ୍‌’ର ‘ଆଣ୍ଟି ରାଗିଙ୍ଗ୍‌ ହେଲ୍‌ପ୍‌ଲାଇନ୍‌’ରେ ଛାତ୍ରମାନେ ଅଭିଯୋଗ ଦାଏର କରିବା ପରେ ଘଟଣା ଲୋକଲୋଚନକୁ ଆସିଛି। ଅଭିଯୋଗ ପତ୍ରରେ ପୀଡ଼ିତ ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ, ଅପ୍ରାକୃତିକ ଯୌନକ୍ରିୟା ସମେତ ଅସୁନ୍ଦର ଓ ଅଶୋଭନୀୟ କାର୍ଯ୍ୟ କରିବା ଲାଗି ବରିଷ୍ଠ ଛାତ୍ରମାନେ ସେମାନଙ୍କୁ ବାଧ୍ୟ କରୁଛନ୍ତି। ଏହାଛଡ଼ା, ବରିଷ୍ଠ ଛାତ୍ରମାନେ ପ୍ରଥମ ବାର୍ଷିକ ଛାତ୍ରମାନଙ୍କୁ ସେମାନଙ୍କର ଯେକୌଣସି ଜଣେ ଝିଅ ବ୍ୟାଚ୍‌ ମେଟ୍‌ଙ୍କର ନାଁ କହିବାକୁ କହି ତାଙ୍କ (ସେ ଝିଅ) ନାଁରେ ଅସମ୍ମାନଜନକ ଟିପ୍ପଣୀ ଦେବାକୁ କହୁଛନ୍ତି।

publive-image Image Courtesy of India Today

‘ୟୁଜିସି’ର ଆଣ୍ଟି-ରାଗିଙ୍ଗ୍‌ ୟୁନିଟ୍‌ ଅଭିଯୋଗ ସଂକ୍ରାନ୍ତରେ ‘ଏମ୍‌ଜିଏମ୍‌ଏମ୍‌ସି’ ଡିନ୍‌ଙ୍କୁ ଜଣାଇବା ସହିତ ଏ ସଂକ୍ରାନ୍ତରେ ଥାନାରେ ‘ଏଫ୍‌ଆଇଆର୍‌’ ଦାଏର କରିବାକୁ ନିର୍ଦେଶ ଦେଇଛି। ତା’ପରେ ଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିମନ୍ତେ ମାମଲା ପୁଲିସକୁ ହସ୍ତାନ୍ତର କରାଯାଇଛି।

‘ଏମ୍‌ଜିଏମ୍‌’ ମେଡିକାଲ୍‌ କଲେଜର ଡିନ୍‌ ଡାକ୍ତର ସଞ୍ଜୟ ଦୀକ୍ଷିତ କହିଛନ୍ତି, ଜଣେ ପୀଡ଼ିତ ଛାତ୍ର ‘ୟୁଜିସି’ ଆଣ୍ଟି-ରାଗିଙ୍ଗ୍‌ ହେଲ୍‌ପ୍‌ ଲାଇନ୍‌ରେ ଅଳ୍ପ ଦିନ ତଳେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ତୁରନ୍ତ ଆଣ୍ଟି-ରାଗିଙ୍ଗ୍‌ କମିଟିର ବୈଠକ ବସିଥିଲା। କମିଟି ‘ଏଫ୍‌ଆଇଆର୍‌’ରେ ସ୍ବାକ୍ଷର କରିଛି ଏବଂ ପୁଲିସ ନିକଟକୁ ମଧ୍ୟ ଖଣ୍ଡେ ଚିଠି ପଠାଇଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe