୩ ଦିନ ହେବ ନିରୁଦ୍ଦିଷ୍ଟ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ଉପାଧ୍ୟକ୍ଷଙ୍କ ରକ୍ତରଞ୍ଜିତ କାର୍‌ ଉଦ୍ଧାର

ଏଚଡ଼ିଏଫସି ବ୍ୟାଙ୍କରେ ଆପଣଙ୍କ ଆକାଉଣ୍ଟ ଅଛି କି, ତେବେ ନୂଆ ନିୟମ ବାବଦରେ ଜାଣନ୍ତୁ

ମୁମ୍ବାଇ: ବୁଧବାର ଠାରୁ କମଳା ମିଲ୍‌ସ୍‌ସ୍ଥିତ ବ୍ୟାଙ୍କ୍‌ ଅଫିସ୍‌ରୁ ନିରୁଦ୍ଦିଷ୍ଟ ହୋଇ ଯାଇଥିବା ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ର ଉପାଧ୍ୟକ୍ଷ ସିଦ୍ଧାର୍ଥ ସାଙ୍ଘଓ୍ଵିଙ୍କ ରକ୍ତରଞ୍ଜିତ କାର୍‌ ଉଦ୍ଧାର କରାଯାଇଛି।

ଶୁକ୍ରବାର ଦିନ ନଓ୍ଵି ମୁମ୍ବାଇ ଅନ୍ତର୍ଗତ କୋପାରକୈରାନି ଠାର ତାଙ୍କ କାର ମିଳିଛି। କାର୍‌ର ପଛ ସିଟ୍‌ରେ ରକ୍ତଛିଟା ପଡ଼ିଥିବାରୁ ଘଟଣା ଅଧିକ ରହସ୍ୟମୟ ହୋଇ ଉଠୁଛି।

ତାଙ୍କୁ ଖୋଜି ବାହାର କରିବାକୁ ଏକାଧିକ ପୁଲିସ ଟିମ୍‌ ଗଠନ କରାଯାଇଛି।

ମାଲାବାର ହିଲ୍‌ସ୍‌ ବାସିନ୍ଦା ୩୮ ବର୍ଷିୟ ସାଙ୍ଘଓ୍ଵି ବୁଧବାର ରାତି ସାଢ଼େ ସାତଟା ବେଳେ ଲୋଓଲ୍‌ ପାରୋଲ୍‌ସ୍ଥିତ କମଳା ମିଲ୍‌ସ୍‌ ପରିସରରେ ଥିବା ଅଫିସ୍‌ ଛାଡ଼ିଥିଲେ। ନିୟମିତ ସମୟରେ ଘରେ ନ ପହଞ୍ଚିବାରୁ ତାଙ୍କ ପତ୍ନୀ ଥାନାରେ ପହଞ୍ଚି ଥିଲେ।

ସାଙ୍ଘ୍‌ଓ୍ଵି ନିଖୋଜ ହେବା ଠାରୁ ଘଟଣାକ୍ରମକୁ ସ୍ଥାନୀୟ ପୁଲିସ ଏବଂ କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ କରୁଛନ୍ତି। ନିରୁଦ୍ଦେଶ ହେବା ପୂର୍ବରୁ ସେ କାହା ସହ ଯୋଗାଯୋଗ କରିଥିଲେ କି, ନାହିଁ, ସେ କଥା ମଧ୍ୟ ପୁଲିସ ତଦନ୍ତ କରୁଛି।

ଏନ୍‌ଏମ୍‌ ଜୋଷୀ ମାର୍ଗ ଥାନାରେ ଏକ ନିରୁଦ୍ଦିଷ୍ଟ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe