ତୃତୀୟ ବିବାହ କରିବା ମହଙ୍ଗା ପଡ଼ିଲା: ଘଟଣାସ୍ଥଳରେ ପହଞ୍ଚି ନିସ୍ତୁକ ମାଡ଼ ମାରି ସ୍ୱାମୀକୁ ଗୁରୁତର କଲେ ପ୍ରଥମ ପତ୍ନୀ

ତୃତୀୟ ବିବାହ କରିବା ମହଙ୍ଗା ପଡ଼ିଲା: ଘଟଣାସ୍ଥଳରେ ପହଞ୍ଚି ନିସ୍ତୁକ ମାଡ଼ ମାରି ସ୍ୱାମୀକୁ ଗୁରୁତର କଲେ ପ୍ରଥମ ପତ୍ନୀ

Times Now

କରାଚୀ: ପାକିସ୍ତାନର କରାଚୀର ଉତ୍ତର ନିଜାମାବାଦ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକଙ୍କୁ ତୃତୀୟ ବିବାହ କରିବା ମହଙ୍ଗା ପଡ଼ିଛି। ତୃତୀୟ ବିବାହ କରୁଥିବା ଜାଣି ପ୍ରଥମ ପତ୍ନୀ ଘଟଣାସ୍ଥଳରେ ପହଞ୍ଚି ସର୍ବସମ୍ମୁଖରେ ସ୍ୱାମୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପତ୍ନୀଙ୍କ ଏହି ମାଡ଼ରେ ଯୁବକ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟଲୋକ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଇଥିଲେ।

ଏହି ଘଟଣାକୁ ନେଇ ଗୁରୁତର ଯୁବକ କହନ୍ତି, ‘ମୋତେ ମାଡ଼ ମାରିଥିବା ମହିଳା ଜଣକ ମୋର ପ୍ରଥମ ପତ୍ନୀ। କିନ୍ତୁ ତାଙ୍କ ସହିତ ଏବେ ମୋର ସମସ୍ତ ସମ୍ପର୍କ ତୁଟି ଯାଇଛି। ମୁଁ ତାଙ୍କୁ ଏବେ ଆଇନଗତ ନୋଟିସ୍‌ ପଠାଇବା ସହିତ ଓକିଲଙ୍କ ସହ ଏ ସମ୍ପର୍କରେ କଥା ହେବି।’

तीसरी शादी करने चला था युवक, मौके पर पहुंच गई पहली पत्नी, पीट-पीटकर कर दिया जख्मी .ndtv

ଅନ୍ୟପକ୍ଷରେ ସ୍ୱାମୀଙ୍କ ତୃତୀୟ ବିବାହକୁ ନେଇ ପତ୍ନୀ କହନ୍ତି, ‘୨୦୧୮ ମସିହାରେ ମୋତ ଛାଡ଼ି ସେ ଦ୍ୱିତୀୟ ବିବାହ କରିଥିଲେ। ଏବେ ପୁଣି ସେଭଳି ସମାନ ଘଟଣା ଘଟିବାକୁ ଯାଉଥିଲା। ସେ ଗୋପନରେ ଆଉ ଜଣେ ମହିଳାଙ୍କୁ ବିବାହ କରିବାକୁ ଯାଉଥିବା ମୁଁ ଅନ୍ୟଜଣଙ୍କଠାରୁ ଶୁଣିବାକୁ ପାଇଥିଲି। ଏହି କଥା ଶୁଣିବା ପରେ ମୁଁ ଘଟଣାସ୍ଥଳକୁ ଯାଇ ଦେଖିଲା ବେଳକୁ ସତରେ ସ୍ୱାମୀ ତୃତୀୟ ବିବାହ କରିବାକୁ ଯାଉଥିଲେ। ଏହାପରେ ମୁଁ ମୋର ରାଗ ଉପରେ ନିୟନ୍ତ୍ରଣ ରଖି କରି ନପାରି ସ୍ୱାମୀଙ୍କୁ ନିସ୍ତୁକମାଡ଼ ମାରିଥିଲି।’

ପାକିସ୍ତାନରେ ପ୍ରଚଳିତ ମୁସଲିମ୍ ପରିବାର ଆଇନ ଅଧ୍ୟାଦେଶ ୧୯୬୧ ଅନୁସାରେ, କୌଣସି ବ୍ୟକ୍ତି ଯଦି ଦ୍ୱିତୀୟ ବିବାହ କରିବାକୁ ଯାଆନ୍ତି ତେବେ ସେ ପୂର୍ବ ପତ୍ନୀଙ୍କ ଠାରୁ ଲିଖିତ ଭାବେ ଅନୁମତି ନେବା ଜରୁରୀ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe