ପ୍ରେମିକାର ନିର୍ବନ୍ଧ ପରେ ଲାଇଭ୍‌ଷ୍ଟ୍ରିମ୍‌ କରି ମନ୍ଦିରରେ ଆତ୍ମହତ୍ୟା କଲେ ହତାଶ ପ୍ରେମିକ

Image Source: India Today

ଆଗ୍ରା: ଅନ୍ୟ ଜଣଙ୍କ ସହ ପ୍ରେମିକାର ନିର୍ବନ୍ଧ ହୋଇଯିବାରୁ ଆଗ୍ରା ଜିଲ୍ଲାର ଜଣେ ୨୨ ବର୍ଷିୟ ଯୁବକ ଶନିବାର ଦିନ ଫେସ୍‌ବୁକ୍‌ରେ ଲାଇଭ୍‌ଷ୍ଟ୍ରିମ୍‌ କରି ଗୋଟାଏ ମନ୍ଦିରରେ ଆତ୍ମହତ୍ୟା କରିଛନ୍ତି।

ଜୀବନ ହାରିଥିବା ଯୁବକ ହେଉଛନ୍ତି ରେଭା ଗ୍ରାମର ଶ୍ୟାମ ସିକରଓ୍ଵାର୍‌ ଓରଫ୍‌ ରାଜ୍‌। ଶନିବାର ବଡ଼ି ସକାଳୁ ସେ ଏକ ମନ୍ଦିର ପରିସର ମଧ୍ୟରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି।

ସେ ଆତ୍ମହତ୍ୟା କରୁଥିବାର ଦୃଶ୍ୟ ଲାଇଭ୍‌ଷ୍ଟ୍ରିମ୍‌ ଭିଡିଓରେ ତାଙ୍କର ଅନେକ ବନ୍ଧୁ ଦେଖିଥିଲେ। ସେ ଆତ୍ମହତ୍ୟା କରିବେ ବୋଲି ତାଙ୍କ ବନ୍ଧୁ ପରିସରରେ କହି ସାରିଥିଲେ।

publive-image

ତାଙ୍କ ମୃତ୍ୟୁ ନିମନ୍ତେ କାହାରିକୁ ଦାୟୀ ନ କରିବାକୁ ଫେସ୍‌ବୁକ୍‌ରେ ଅପ୍‌ଲୋଡ୍‌ ହୋଇଥିବା ୪ ମିନିଟ୍‌ ଅବଧିର ଏହି ଭିଡିଓରେ ଶ୍ୟାମ ସିକରଓ୍ଵାର୍‌ ପୁଲିସକୁ ଅନୁରୋଧ କରି କହିଛନ୍ତି। ତାଙ୍କ ଶବର ଫଟୋ ସବୁ ଅନ୍‌ଲାଇନ୍‌ରେ ଅପ୍‌ଲୋଡ୍‌ କରିବାକୁ ସେ ପରିବାର ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି।

ଭିଡିଓରେ ନିବେଦନ କରିବା ଛଡ଼ା ସିକରଓ୍ଵାର୍‌ ୪ ପୃଷ୍ଠାର ସ୍ୟୁସାଇଡ୍‌ ନୋଟ୍‌ ମଧ୍ୟ ଛାଡ଼ି ଯାଇଛନ୍ତି। ଏଥିରେ ସେ ତାଙ୍କ ପରିବାରକୁ କ୍ଷମା ମାଗିବା ସହ ତାଙ୍କ ଅଙ୍ଗଦାନ କରିବାକୁ ସେମାନଙ୍କୁ ଅନୁରୋଧ କରିଛନ୍ତି।

ସେ ଆହୁରି ଲେଖିଛନ୍ତି: ମୁଁ ତାକୁ ହରାଇଲି। ତାକୁ ଛାଡ଼ି ମୁଁ ବଞ୍ଚି ପାରିବି ନାହିଁ। ସେ ଅନ୍ୟଜଣକୁ ବାହା ହୋଇଯିବା କଥାକୁ ମୁଁ ସହି ପାରୁନାହିଁ। ତାକୁ ହରାଇବା ଚାପ ମତେ ଏତେମାତ୍ରରେ କବଳିତ କରିଛି ଯେ ସେଥିଯୋଗୁଁ ମୁଁ ଚାକିରି ହରାଇଲି। ଗୁରୁଗ୍ରାମର ଗୋଟାଏ କାରଖାନାରେ କରୁଥିବା କାମ ସେ ହରାଇଥିଲେ।

ତାଙ୍କ ଶବ ମନ୍ଦିର ପରିସରରେ ଝୁଲୁଥିବା କଥା ସ୍ଥାନୀୟ ଲୋକେ ଦେଖିଥିବା କଥା ପୁଲିସ ଅଧିକାରୀମାନେ କହିଛନ୍ତି।

ବେକାରୀ ଏବଂ ପ୍ରେମିକାକୁ ହରାଇବାର ଯୋଗୁଁ ସିକରଓ୍ଵାର ବିଷାଦଗ୍ରସ୍ତ ହୋଇ ପଡ଼ିଥିଲା ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe