timesnow
ପ୍ରୟାଗରାଜ: କରୋନା ଭାଇରସ୍କୁ ନେଇ ଦଳେ ବ୍ୟକ୍ତିଙ୍କର ଜଣେ ଲୋକ ସହ ଯୁକ୍ତିତର୍କ ହେବା ପରେ ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ବ୍ୟକ୍ତି ଜଣକୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି।
ବକ୍ସିମୋଡ଼ା ଗ୍ରାମରେ ଥିବା ମୃତକଙ୍କ ଘର ସାମ୍ନାରେ ଏପରି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣା ଘଟିବା ପରେ ସଂପୃକ୍ତ ଅଞ୍ଚଳରେ ପୁଲିସ୍ କର୍ମୀଙ୍କୁ ନିୟୋଜିତ କରାଯାଇଛି।
ଅଭିଯୁକ୍ତମାନଙ୍କ ମଧ୍ୟରୁ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ମହମ୍ମଦ ସୋନା। ତାଙ୍କ ଘର ସେହି ବକ୍ସ ମୋଡାରେ ବୋଲି ଜଣାପଡ଼ିଛି।
ଘଟଣାଟି ଏପରି, ମୃତକ ନିସାଦ ତାଙ୍କ ଘର ଦୁଆର ମୁହଁରେ ବସିଥିଲେ। ଦୁଇ ଅଭିଯୁକ୍ତ ଭିନ୍ନ ଜଣଙ୍କ ଘର ଦୁଆରେ ବସିଥିଲେ। କରେନା ଭାଇରସ୍କୁ ନେଇ ସେମାନଙ୍କ ମଧ୍ୟରେ ପ୍ରଥମେ ଆଲୋଚନା ହୋଇଥିଲା ଓ ପରେ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ ବଢ଼ିଯିବାରୁ ଅଭିଯୁକ୍ତ ନିସାଦକୁ ଗୁଳି କରି ଦେଇଥିଲେ। ଫଳରେ ନିସାଦଙ୍କର ମୃତ୍ୟୁ ଘଟିଥିଲା।
Follow Us