ବାଲିକୁ ଗରମ କଲେ ସୁନା ହୋଇଯିବ କହି ସୁନା ଦୋକାନୀଙ୍କଠାରୁ ୫୦ଲକ୍ଷ ଟଙ୍କା ଠକିନେଲେ ଯୁବକ

Advertisment
ବାଲିକୁ ଗରମ କଲେ ସୁନା ହୋଇଯିବ କହି ସୁନା ଦୋକାନୀଙ୍କଠାରୁ ୫୦ଲକ୍ଷ ଟଙ୍କା ଠକିନେଲେ ଯୁବକ

ପୁଣେ: ମିଥ୍ୟା ପ୍ରତିଶ୍ରୁତି ଦେଇ ଟଙ୍କା ଠକି ନେବା ଘଟଣା କିଛି ନୂଆ ନୁହେଁ। ଚାକିରି ଦେବା କଥା ହେଉ କି କମ ଦାମରେ କୌଣସି ଜିନିଷ ଯୋଗାଇବା ହେଉ, ଅନେକ ସମୟରେ ସାଧାରଣ ଲୋକ ଠକଙ୍କ ଠକେଇର ଶିକାର ହେଉଥିବାର ଦେଖାଯାଏ। ଏବେ ସେଭଳି ଏକ ଘଟଣା ଘଟିଛି ପୁଣେର ଜଣେ ସୁନା ଦୋକାନୀଙ୍କ ସହ। ମ୍ୟାଜିକ୍ ସ୍ୟାଣ୍ଡ ବା କୁହୁକ ବାଲି ଦେଇ ସୁନା ଦୋକାନୀଙ୍କଠୁ ୫୦ଲକ୍ଷ ଠକି ନେଇଛି ଠକ। ପରିବାର ଲୋକଙ୍କ ସହ ପ୍ରଥମେ ଘନିଷ୍ଠ ହେବା ସହ ପରେ ଅଭିଯୁକ୍ତ ଏଭଳି କାମ କରିଥିବା ଜଣାପଡ଼ିଛି।

Pune cheating case indiatoday

ପୁଣେର ହାଦାସପୁରରେ ରହୁଥିବା ସୁନା ଦୋକାନୀଙ୍କ ଅଭିଯୋଗ ମୁତାବକ, ବର୍ଷେ ତଳେ ଅଭିଯୁକ୍ତ ପୀଡ଼ିତଙ୍କ ଦୋକାନକୁ ଆସିବା ସହ ଧୀରେ ଧୀରେ ତାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲା। ପୀଡ଼ିତଙ୍କ ପରିବାର ସହ ସଂପର୍କ ବଢ଼ାଇବା ସହ ଦୁଗ୍ଧଜାତୀୟ ଉତ୍ପାଦ ମଧ୍ୟ ଯୋଗାଇବା ଆରମ୍ଭ କରିଥିଲା। ବର୍ଷେ ପରେ ୪କେଜି ବାଲି ଆଣି ପୀଡ଼ିତଙ୍କୁ ଦେଇଥିଲା ଅଭିଯୁକ୍ତ। ଏହାକୁ ଗରମ କଲେ ଏହା ସୁନା ହୋଇଯିବ ବୋଲି କହିବାରୁ ପୀଡ଼ିତ ତାଙ୍କୁ ୩୦ଲକ୍ଷ ଟଙ୍କା ଦେବା ସହ ୨୦ଲକ୍ଷ ଟଙ୍କାର ସୁନା ଦେଇଥିଲେ। କିନ୍ତୁ ବାଲିକୁ ଗରମ କରିବା ପରେ ତାହା ସୁନା ନହେବାରୁ ପୀଡ଼ିତ ଠକାମିର ଶିକାର ହୋଇଥିବା ଜାଣିପାରିଥିଲେ। ଏ‌ବେ ସେ ଏ ନେଇ ପୁଲିସରେ ଅଭିଯୋଗ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe