ବର-କନ୍ୟାଙ୍କ ସହ ମଞ୍ଚ ଉପରେ ଫଟୋ ଉଠାଇବା ସହିତ ସୁନା ଓ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଲା ଚୋର

Advertisment
ବର-କନ୍ୟାଙ୍କ ସହ ମଞ୍ଚ ଉପରେ ଫଟୋ ଉଠାଇବା ସହିତ ସୁନା ଓ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଲା ଚୋର

ଗ୍ବାଲିୟର: ବିବାହ ଭୋଜିରେ କିଛି ଚୋର ସାଧାରଣଲୋକଙ୍କ ଭଳି ପଶି ଚୋରି କରୁଥିବାର ଅନେକ ଘଟଣା ପୂର୍ବରୁ ସାମ୍ନାକୁ ଆସିଛି। ଏମିତି ଆଉ ଏକ ଘଟଣା ନିକଟରେ ମଧ୍ୟପ୍ରଦେଶର ଗ୍ବାଲିୟର ସହରରେ ଘଟିଥିବା ଜଣାପଡ଼ିଛି।

ଏହି ଘଟଣାର ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳୁଛି, ଜଣେ ବ୍ୟକ୍ତି କଳା ରଙ୍ଗର ପୋଷାକ ପିନ୍ଧିଥିବା ସହିତ ମୁହଁରେ ମାସ୍କ ବାନ୍ଧିଛି। ଆଉ ସାଧାରଣ ଲୋକଙ୍କ ଭଳି ସେ ବିବାହ ଭୋଜି ଆୟୋଜନ ହୋଇଥିବା ମଣ୍ଡପ ଭିତରେ ପ୍ରବେଶ କରୁଛି। ସେ ‌ଏତେ ସ‌ଚ୍ଚୋଟତାର ସହ ପଶିଥିଲା ଯେମିତି କି ତାର କେହି ସମ୍ପର୍କୀୟଙ୍କ ବିବାହ ଭୋଜି ଚାଲିଛି।

ସେ ବର-କନ୍ୟା ଛିଡ଼ା ହୋଇଥିବା ମଞ୍ଚ ଉପରେ ଚଢ଼ିଥିଲା। ଆଉ ସମସ୍ତେ ଯେତେବେଳେ ଫଟୋ ଉଠାଉଥିଲେ ସେ ବି ‌ଫଟୋ ଉଠାଇଲା ଭଳି ଅଭିନୟ କରିଥିଲା। ଏହାପରେ ସୁଯୋଗ ଦେଖି ଟଙ୍କା ଓ ଗହଣା ଭର୍ତ୍ତି ବ୍ୟାଗ ଧରି  ଘଟଣାସ୍ଥଳରୁ  ଚମ୍ପଟ ମାରିଥିଲା ଚୋର।

ଏହି ଘଟଣାକୁ ନେଇ ଅଭିଯୋଗକାରୀ କହିଛନ୍ତି ଯେ, ମଞ୍ଚ ଉପରୁ ଚୋରି ହୋଇଥିବା ବ୍ୟାଗରେ ପାଖାପାଖି ୧ଲକ୍ଷ ଟଙ୍କା ଓ ୨ଲକ୍ଷ ଟଙ୍କାର ସୁନା ଅଳଙ୍କାର ରହିଥିଲା।

ଏଏସପି ରାଜେଶ ଦାନଦୋତିୟା କହିଛନ୍ତି, ମ୍ୟାରେଜ ହଲ ଓ ତାର ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଇ ଚୋରକୁ ଧରିବାକୁ ତଦନ୍ତ ଆରମ୍ଭ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe