ମଧ୍ୟ ପ୍ରଦେଶରୁ ଧରାପଡ଼ିଲା ହାଇ-ପ୍ରୋଫାଇଲ୍‌ ହନି-ଟ୍ରାପ, ରାଜନେତା ଓ ଆଇଏଏସ୍‌ ହଉଥିଲେ ଟାର୍ଗେଟ

Advertisment
ମଧ୍ୟ ପ୍ରଦେଶରୁ ଧରାପଡ଼ିଲା ହାଇ-ପ୍ରୋଫାଇଲ୍‌ ହନି-ଟ୍ରାପ, ରାଜନେତା ଓ ଆଇଏଏସ୍‌ ହଉଥିଲେ ଟାର୍ଗେଟ

ଭୋପାଳ: ମଧ୍ୟପ୍ରଦେଶରେ ଏକ ହାଇ-ପ୍ରୋଫାଇଲ୍‌ ହନି ଟ୍ରାପ୍‌ ର‍୍ୟାକେଟ୍‌ର ପୁଲିସ୍‌ ପର୍ଦାଫାସ କରିଛି। ସବୁଠାରୁ ଘୃଣ୍ୟ କଥା ହେଉଛି ଏହି ହନି ଟ୍ରାପ୍‌ ଚଳାଉଛନ୍ତି ଜଣେ ମହିଳା। ମହିଳା ଜଣକ ହେଉଛନ୍ତି ଏକ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନର ମାଲିକାଣୀ। ମହିଳାଙ୍କୁ ଏହି କାର୍ଯ୍ୟରେ ୪ ଜଣ ପୁରୁଷ ସାହାଯ୍ୟ କରୁଥିଲେ ବୋଲି ସୂଚନା ରହିଛି। ଏମାନଙ୍କ ମଧ୍ୟରେ ଜଣେ କଲେଜ୍‌ ଛାତ୍ର ଥିବା ମଧ୍ୟ ସୂଚନା ରହିଛି। ଏହି ହନି ଟ୍ରାପ୍‌ର ସଦସ୍ୟମାନେ ଯୌନ ଲାଳସା ଦେଖାଇ ରାଜନେତା, ଆଇଏଏସ୍‌ ଅଫିସରଙ୍କ ପରି ଉଚ୍ଚ ସ୍ତରୀୟ ଲୋକଙ୍କୁ ଟାର୍ଗେଟ କରୁଥିଲେ।

publive-image Image for representation.

ପୁଲିସ୍‌ ସୂଚନା ମୁତାବକ, ଏହି ଗ୍ରୁପ୍‌ର ସଦସ୍ୟମାନେ ପ୍ରଥମେ ବଡ଼ ଲୋକଙ୍କୁ ଦେଖି ସେମାନଙ୍କ ସହ ସଂପର୍କ ବଢ଼ାନ୍ତି। ପରେ ସେମାନଙ୍କ ଘନିଷ୍ଠ ହୁଅନ୍ତି। ଘନିଷ୍ଠ ହେବା ପରେ ସେମାନଙ୍କୁ ଝିଅ ଯୋଗାଇବା ପ୍ରସ୍ତାବ ଦିଅନ୍ତି। ସେଥିରେ ଆକୃଷ୍ଟ ହୋଇ କେହି ଯଦି ହୋଟେଲ୍‌ ରୁମ୍‌କୁ ଚାଲିଯାଆନ୍ତି ତେବେ ସେହି ରୁମ୍‌ରେ ଲାଗିଥିବା ହିଡେନ୍‌ କ୍ୟାମେରାରେ ତାଙ୍କ କଳାକାରନାମା କଏଦ ହୋଇଯାଏ। ତା’ପରେ ହନି ଟ୍ରାପ୍‌ର ସଦସ୍ୟମାନେ ସହଜରେ ଭିଡିଓ ଦେଖାଇ ସେମାନଙ୍କଠାରୁ ଟଙ୍କା ଝଡ଼େଇ ଚାଲନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe