ହିନ୍ଦୁ ସମାଜ ପାର୍ଟି ନେତା କମଲେଶ ତିଓ୍ଵାରୀଙ୍କୁ ହତ୍ୟା, ଚା’ ପିଇସାରି ଗଳା କାଟିଲେ ଅଜଣା ଆକ୍ରମଣକାରୀ

Advertisment
ହିନ୍ଦୁ ସମାଜ ପାର୍ଟି ନେତା କମଲେଶ ତିଓ୍ଵାରୀଙ୍କୁ ହତ୍ୟା, ଚା’ ପିଇସାରି ଗଳା କାଟିଲେ ଅଜଣା ଆକ୍ରମଣକାରୀ

https://www.indiatoday.in

ଲକ୍ଷ୍ନୌ: ଜଣେ ଅଜଣା ଆକ୍ରମଣକାରୀର ଆକ୍ରମଣରେ ଲକ୍ଷ୍ନୌଠାରେ ହିନ୍ଦୁ ସମାଜ ପାର୍ଟି ନେତା କମଲେଶ ତିଓ୍ଵାରୀଙ୍କର ଶୁକ୍ରବାର ମୃତ୍ୟୁ ଘଟିଛି। ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ, ଆକ୍ରମଣକାରୀ ଏକ ଧାରୁଆ ଅସ୍ତ୍ରରେ କମଲେଶଙ୍କ ବେକକୁ କାଟିବା ପରେ ସେ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

publive-image OpIndia

ଲକ୍ଷ୍ନୌର ଖୁରସିଦ ବାଗରେ ଥିବା ହିନ୍ଦୁ ସମାଜ ପାର୍ଟି ଅଫିସରେ ଏପରି ଘଟଣା ଘଟିଛି। ଆକ୍ରମଣକାରୀ ପ୍ରଥମରେ ଅଫିସ୍‌କୁ ଯିବା ପରେ ତାଙ୍କୁ ସେଠାରେ ଚା ଦିଆଯାଇଥିଲା। ଆକ୍ରମଣକାରୀ ଜଣକ ଚା ପାନ କରିବା ପରେ ଏପରି କାଣ୍ଡ ଘଟାଇଥିବା ଜାଣିବାକୁ ମିଳିଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ସେଠାରୁ ଏକ ଦେଶୀ ଛୁରୀ ଜବତ କରିଛି।

ଉଲ୍ଲେଖଯୋଗ୍ୟ, ହିନ୍ଦୁ ସମାଜ ପାର୍ଟି ପୂର୍ବରୁ ତିଓ୍ଵାରୀ ହିନ୍ଦୁ ମହାସଭାରେ ଥିଲେ। ସେ ୨୦୧୫ ମସିହାରେ ପ୍ରୋଫେଟ୍‌ ମହମ୍ମଦଙ୍କ ଉପରେ ବିବାଦୀୟ ବୟାନ ଦେଇ ଗିରଫ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe