ମୋ ଭାଇକୁ ମାରିଦିଅ, ମୁଁ ମାସକୁ ୧୫ହଜାର ଟଙ୍କା ଦେବି: ସାନଭାଇ ଦେଇଥିଲା ବଡ଼ଭାଇର ସୁପାରୀ

ମୋ ଭାଇକୁ ମାରିଦିଅ, ମୁଁ ମାସକୁ ୧୫ହଜାର ଟଙ୍କା ଦେବି: ସାନଭାଇ ଦେଇଥିଲା ବଡ଼ଭାଇର ସୁପାରୀ

ABP Ananda - ABP Live

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଗତ ୧୯ ତାରିଖ ସକାଳେ ଏକ ଅଚିହ୍ନା ମୃତଦେହ ପଡ଼ିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ପରେ ମୃତକଙ୍କ ନାମ ରୁଦ୍ର ପ୍ରତାପ ସିଂ ଓ ତାଙ୍କର ହତ୍ୟା ହୋଇଥିବା ଜଣାପଡ଼ିଥିଲା । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ତାଙ୍କର ହତ୍ୟା ଆଉ କେହି ନୁହଁ ବରଂ ତାଙ୍କ ନିଜ ସାନ ଭାଇ ଅଭିଶେକ କରିଥିଲେ । ଏହି ଘଟଣାଟି ଦିଲ୍ଲୀର ବେଗମପୁରରେ ଘଟିଛି।
ପୁଲିସ ସୂଚନା ଅନୁଯାୟୀ , ୧୯ ମେ ଦିନ ପାର୍କ ମଧ୍ୟରେ ଏକ ମୃତଦେହ ମିଳିଥିଲା ତାହାକୁ ତୁରନ୍ତ ଡ଼ାକ୍ତରଖାନା ନେଇ ଯାଇଥିବା ବେଳେ ତାଙ୍କର ହତ୍ୟା ହୋଇଥିବା ଜଣାପଡ଼ିଥିଲା। ପରେ ଘଟଣାର ତଦନ୍ତ କରିବାକୁ ଯାଇ ଘଟଣା ନିକଟସ୍ଥ ସିସିଟିଭି ଫୁଟେଜ୍‌ ଗୁଡ଼ିକର ଯାଞ୍ଚ କରିବା ସହ ତାଙ୍କ ସହ ଜଡ଼ିତ ୫୦୦ ଜଣଙ୍କୁ ପଚରାଉଚରା କରିବା ପରେ ଶେଷକୁ କୁଳଦୀପ ନାମକ କଣ୍ଟାକ୍ଟ କିଲ୍‌ରକୁ ପୁଲିସ୍‌ ଗିରଫ କରିଥିଲା । ଯାହାପରେ ସମସ୍ତ ଘଟଣା ଉପରୁ ପରଦା ଉଠିଥିଲା ।

publive-imageରୁଦ୍ରଙ୍କ ସାନ ଭାଇ ଅଭିଶେକ କୁଳଦୀପଙ୍କୁ ଟଙ୍କା ଦେଇ ତାଙ୍କ ବଡ଼ ଭାଇଙ୍କୁ ହତ୍ୟା କରିବାକୁ କହିବା ସହ ମାସିକ ୧୫ହଜାର ଟଙ୍କା ତିନି ବର୍ଷ ପର୍ଯ୍ୟନ୍ତ ଦେବାକୁ କଥା ଦେଇଥିଲେ । ଏହା ପରେ ଅଭିଶେକ କୌଣସି ଛୋଟ ସହରକୁ ଯାଇ ବ୍ୟାପାର କରିବାର ଯୋଜନା କରିଥିଲେ । କିନ୍ତୁ ବର୍ତ୍ତମାନ ପୁଲିସ ଅଭିଶେକଙ୍କୁ ଗିରଫ କରିବା ସହ ମାମଲାର ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe