ଫେସ୍‌ବୁକ୍‌ କମେଣ୍ଟ୍‌ ବକ୍ସରେ ଖୋଲାଖୋଲି ଭାବେ ଯୁବତୀଙ୍କୁ ଦୁଷ୍କର୍ମ ଧମକ ଦେଇ ଫସିଗଲେ ଯୁବକ

Advertisment
ଫେସ୍‌ବୁକ୍‌ କମେଣ୍ଟ୍‌ ବକ୍ସରେ ଖୋଲାଖୋଲି ଭାବେ ଯୁବତୀଙ୍କୁ ଦୁଷ୍କର୍ମ ଧମକ ଦେଇ ଫସିଗଲେ ଯୁବକ

କୋଲକାତା: ସୋସିଆଲ୍‌ ମିଡିଆରେ ଦିନକୁ ଦିନ ଭିନ୍ନ ଭିନ୍ନ ଘଟଣା ଦେଖିବାକୁ ମିଳୁଛି। ବେଳେ ବେଳେ ଏହି ସୋସିଆଲ୍‌ ମିଡିଆ ଜରିଆରେ କାହାକୁ ନ୍ୟାୟ ମିଳୁଛି ତ ପୁଣି କେବେ ଏହି ସୋାସିଆଲ୍‌ ମିଡିଆ କାହାର ସମସ୍ୟାର କାରଣ ବନୁଛି। ନିକଟରେ ଏପରି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଯାହା ସଂପର୍କରେ ଜାଣିବା ପରେ ଆପଣ ବିବ୍ରତ ହୋଇପଡ଼ିବେ।

ସୋସିଆଲ୍‌ ନେଟ୍‌ଓ୍ଵର୍କିଂ ସାଇଟ୍‌ ଫେସ୍‌ବୁକ୍‌ରେ ଜଣେ ଯୁବତୀ ଏକ ଫଟୋ ଅପ୍‌ଲୋଡ୍‌ କଲେ। ତାଙ୍କ ଫଟୋରେ ତାଙ୍କ ବନ୍ଧୁ ତାଲିକାରେ ନଥିବା ଜଣେ ଯୁବକ ଏକ ସ୍କାଇଲ୍‌ କମେଣ୍ଟ୍‌ ଦେଲେ। ଯୁବକ ଜଣଙ୍କୁ ନ ଚିହ୍ନିଥିବାରରୁ ଯୁବତୀ ସେହି ସ୍ମାଇଲ୍‌କୁ ଡିଲିଟ୍‌ କରିଦେଲେ। ତା’ପରେ ଯୁବକ ଜଣକ ଯାହା କଲେ ତାହା ନିଶ୍ଚୟ ଲଜ୍ଜାକର।

publive-image

କୋଲକାତାର ଅଗ୍ନିଶ୍ୱର ଚକ୍ରବର୍ତ୍ତୀ ନାମକ ଏହି ଯୁବକ କ୍ରୋଧରେ ଆସି ଯୁବତୀଙ୍କୁ ଖୋଲାଖୋଲି ଭାବେ ଦୁଷ୍କର୍ମ ଧମକ ଦେଇଥିବାର ଦେଖିବାକୁ ମିଳିଛି। କେବଳ କମେଣ୍ଟରେ ନୁହେଁ ସେ ଯୁବତୀଙ୍କୁ ପ୍ରାଇଭେଟ୍‌ ମେସେଜ୍‌ ଜରିଆରେ ବି ଅଶ୍ଳିଳାମୀ ଦେଖାଇଛନ୍ତି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଘଟଣାର ତଦନ୍ତ କରି କୋଲକାତା ସାଇବର୍‌ ପୁଲିସ୍‌ ଅଭିଯୁକ୍ତ ଯୁବକକୁ ଗିରଫ କରିସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe