ତୃତୀୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରି ଶିକ୍ଷକ ଗିରଫ, ସ୍କୁଲ୍‌ରୁ ନିଲମ୍ବିତ

Advertisment
ତୃତୀୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରି ଶିକ୍ଷକ ଗିରଫ, ସ୍କୁଲ୍‌ରୁ ନିଲମ୍ବିତ

ହିସର: ହରିଆଣାର ହିସର୍‌ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ସରକାରୀ ପ୍ରାଥମିକ ସ୍କୁଲ୍‌ ଶିକ୍ଷକ ତାଙ୍କ ନିକଟରେ ପଢୁଥିବା ଜଣେ ୮ ବର୍ଷୀୟା ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ହରିଆଣା ପୁଲିସ୍‌ ସୋମବାର ଉକ୍ତ ଅଭିଯୁକ୍ତ ଶିକ୍ଷକକୁ ଗିରଫ କରିଛି।

ତୃତୀୟ ଶ୍ରେଣୀରେ ପଢୁଥିବା ଏହି ନାବାଳିକାଟିର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ଏହି ସତ୍ୟ ସମସ୍ତଙ୍କ ସାମ୍ନାକୁ ଆସିପାରିଲା। ନାବାଳିକାଟିର ଗୁପ୍ତାଙ୍ଗରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାକୁ ନିକଟସ୍ଥ ଡାକ୍ତରଖାନାକୁ ନେଇ ଯାଇଥିଲେ। ଡାକ୍ତରମାନେ ଚିକିତ୍ସା କରିବା ପରେ ନାବାଳିକା ଜଣକ ଦୁଷ୍କର୍ମର ଶିକାର ହୋଇଥିବା ସୂଚନା ଦେଇଥିଲେ।

publive-image

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ପୀଡ଼ିତା ଜଣକ ନିଜ ସ୍କୁଲ୍‌ର ଓ୍ଵାସ୍‌ରୁମ୍‌କୁ ଯାଉଥିବା ବେଳେ ଅଭିଯୁକ୍ତ ଶିକ୍ଷକ ସତ୍ୟବାନ ଝିଅଟିକୁ ଧରିପକାଇ ଶୁକ୍ରବାର ଦିନ ଏପରି ଅମାନୁଷିକ କାର୍ଯ୍ୟ କରିଥିଲେ। ଖାଲି ସେତିକି ନୁହେଁ, ଏକଥା ଯେପରି ପୀଡ଼ିତା କେବେ କାହା ସମ୍ମୁଖରେ ନକୁହନ୍ତି ବୋଲି ଶିକ୍ଷକ ଜଣକ ଧମକ ମଧ୍ୟ ଦେଇଥିଲେ।

ମେଡିକାଲ୍‌ ରିପୋର୍ଟରୁ ଏହା ଏକ ଦୁଷ୍କର୍ମ ବୋଲି ଜାଣାପଡ଼ିବା ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ପୁଲିସ୍‌ ଗିରଫ କରିଛି।

ଏହି ଘଟଣା ହେତୁ ସୋମବାର ଗ୍ରାମବାସୀମାନେ ମିଶି ସ୍କୁଲ୍‌ ଗେଟ୍‌ରେ ତାଲା ପକାଇ ଦେଇଛନ୍ତି। ସେମାନେ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାର ଦାବି କରିବା ସହ ସ୍କୁଲ୍‌ ମଧ୍ୟରୁ ପୁରୁଷ ଶିକ୍ଷକମାନଙ୍କର ବଦଳି କରାଯିବା ପାଇଁ ମଧ୍ୟ ନିବେଦନ କରିଛନ୍ତି।ଅଭିଯୁକ୍ତ ଶିକ୍ଷକଙ୍କୁ ସ୍କୁଲ୍‌ରୁ ନିଲମ୍ବିତ କରି ଦିଆଯାଇଛି। ମଙ୍ଗଳବାର ତାଙ୍କୁ ହନ୍‌ସି କୋର୍ଟକୁ ପଠାଯିବ ବୋଲି ସୂଚନା ହସ୍ତଗତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe