ଯୌନ ଉଦ୍ଦୀପକ ଔଷଧ ଖାଇବା ପରେ ପୂର୍ବତନ ଆସିଷ୍ଟାଣ୍ଡ୍‌ଙ୍କୁ ଏପରି କରିବାକୁ କହିଲେ ଟିଭି ନିର୍ଦ୍ଦେଶକ

Advertisment
ଯୌନ ଉଦ୍ଦୀପକ ଔଷଧ ଖାଇବା ପରେ ପୂର୍ବତନ ଆସିଷ୍ଟାଣ୍ଡ୍‌ଙ୍କୁ ଏପରି କରିବାକୁ କହିଲେ ଟିଭି ନିର୍ଦ୍ଦେଶକ

ଆଜିକାଲି ପ୍ରତିଦିନ କେଉଁଠି ନା କେଉଁଠି ଦୁଷ୍କର୍ମ କିମ୍ବା ଯୌନ ନିର୍ଯାତନା ଘଟୁଛି। ମାତ୍ର କିଛି ଘଟଣା ଏମିତି ଘଟୁଛି ଯାହା କି କଳ୍ପନା ବାହାରେ। ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ ଯେ ଜଣେ ୯୧ ବର୍ଷିଅ ହଲିଉଡ୍‌ ଟେଲିଭିଜନ ନିର୍ଦ୍ଦେଶକଙ୍କ ବିରୋଧରେ ହୋଇଛି ଯୌନ ନିର୍ଯାତନା ଅଭିଯୋଗ । ନିର୍ଦ୍ଦେଶକ ଜଣକ ହେଉଛନ୍ତି ଆଲିନ୍‌ ବାରୋନ।  ସତୁରି ଦଶକର ଏହି ନିର୍ଦ୍ଦେଶକ ଜଣକ ‘ଦ ଲଭ୍‌ ବୋଟ୍‌’, ‘ଚାର୍ଲିସ ଆଞ୍ଜେଲ୍‌’ ସୋ’ର ନିର୍ଦ୍ଦେଶନା ଦେଇଛନ୍ତି।

ସେ ତାଙ୍କ ପୂର୍ବତନ ଆସିଷ୍ଟାଣ୍ଡ୍‌ଙ୍କ ସହ ଏପରି ଘୃଣ୍ୟ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଅଭିଯୋଗ ଆଣିଛନ୍ତି ଯେ ବୃଦ୍ଧ ନିର୍ଦ୍ଦେଶକ ଜଣକ ଯୌନ ଉଦ୍ଦୀପକ ଔଷଧ ଖାଇବା ପରେ ମହିଳାଙ୍କୁ ତାଙ୍କ ଗୁପ୍ତାଙ୍ଗ ସ୍ପର୍ଶ କରିବାକୁ ବାଧ୍ୟ କରିଥିଲେ। ସେ ଆହୁରି ବି ଅଭିଯୋଗ ଆଣିଛନ୍ତି କି କେବଳ ତାଙ୍କ ସହ ନୁହେଁ ଆଲିନ୍‌ ଆହୁରି ଅନେକ ମହିଳାଙ୍କୁ ଏପରି ଆପତ୍ତିଜନକ କାର୍ଯ୍ୟ କରିବାକୁ ବାଧ୍ୟ କରୁଥିଲେ ଓ ଅନେକଙ୍କ ସହ ଶାରୀରିକ ସଂପର୍କ ମଧ୍ୟ ସ୍ଥାପନ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe