ବିଶ୍ୱ ରୋକର୍ଡ: ୮୪୮,୭୫୦ ପାଉଣ୍ଡ୍‌ରେ ନିଲାମ ଡକାଗଲା ହୁଇସ୍କି ବୋତଲ

Advertisment
ବିଶ୍ୱ ରୋକର୍ଡ: ୮୪୮,୭୫୦ ପାଉଣ୍ଡ୍‌ରେ ନିଲାମ ଡକାଗଲା ହୁଇସ୍କି ବୋତଲ

ହୁଇସ୍କିର ଏବ ବିରଳ ବୋତଲ ୮୪୮,୭୫୦ ପାଉଣ୍ଡ୍‌ ଅର୍ଥାତ ଭାରତୀୟ ମୁଦ୍ରାରେ ୮,୧୩,୧୮, ୭୩୭.୫୦ ଟଙ୍କାରେ ନିଲାମ ହୋଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଗବେଷକଙ୍କ ଦ୍ୱାରା ବର୍ଣ୍ଣନା କରାଯାଛି ଯେ ୧୯୨୬ ମସିହାର ଏହି ବୋତଲଟି ଜଣେ ଗମ୍ଭୀର ସଂଗ୍ରାହକଙ୍କ ଦୃଷ୍ଟିରେ ପଡ଼ିଲା। ବୁଧବାର ଏହି ବୋତଲ ବିକ୍ରି ସକାଶେ ୭୦୦,୦୦୦ ପାଉଣ୍ଡ୍‌ରୁ ନିଲାମ ଡକାଯିବା ଆରମ୍ଭ ହୋଇଥିଲା। ଆଶା ରହିଥିଲା ଯେ ଏହି ବୋତଲଟି ୭୦୦,୦୦୦ ପାଉଣ୍ଡ୍‌ରୁ ୯୦୦,୦୦୦ ପାଉଣ୍ଡ୍‌ ଭିତରେ ନିଲାମ ଯିିବ।

ଏହି ନିଲାମ ସଂପର୍କରେ ଏଡିନବର୍ଗର ବୋନହମ୍‌ ହୁଇସ୍କି ବିଶେଷଜ୍ଞ ମାର୍ଟିନ ଗ୍ରିନ୍‌ କହିଛନ୍ତି, ‘ମୁଁ ଏହି ଅସାଧାରଣ ପରିଣାମରେ ଖୁବ୍‌ ପ୍ରସନ୍ନ। ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିବା ଏକ ମହାନ ସମ୍ମାନର କଥା। ସବୁଠାରୁ ଖୁସିର କଥା ହେଉଛି ଏହି ନିଲାମ ସ୍କଟଲାଣ୍ଡ୍‌ରେ ଘଟିଛି। କାହିଁକି ନା, ସ୍କଟଲାଣ୍ଡ୍‌କୁ ହୁଇସ୍କିର ଜନ୍ମଭୂମି ବୋଲି କୁହାଯାଏ।’ ପୂର୍ବରୁ ମଧ୍ୟ ୧୯୨୬ ମସିହାର ଏକ ହୁଇସ୍କ୍‌ ବୋତଲ ନିଲାମ ଡକାଯାଇ ରେକର୍ଡ କରିଥିଲା। ପୂର୍ବ ଥରର ହୁଇସ୍କି ବୋତଲ୍‌ ୮୧୪,୦୮୧ ପାଉଣ୍ଡ୍‌ରେ ବିକ୍ରି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe