ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା କଥା ସ୍ବୀକାର କଲେ ରାଜ ଓ ସୋନମ

ପୂର୍ବ ଖାସି ହିଲ୍ସ ପୁଲିସ ଅଧୀକ୍ଷକ ବିବେକ ସିମ୍ କହିଛନ୍ତି ଯେ ତଦନ୍ତ ସମୟରେ, ରାଜ ଏବଂ ସୋନମ ଉଭୟ ସେମାନଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କକୁ ସ୍ୱୀକାର କରିଛନ୍ତି।ପୂର୍ବରୁ ଦୁହେଁ ରାଜାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। 

b1b33d26-a894-4971-ae1b-ee4c51809afc

ନୂଆଦିଲ୍ଲୀ: ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲାର ଯାଞ୍ଚ ଜାରି ରହିଛି। ଏହାରି ଭିତରେ ମୁଖ୍ୟ ଅଭିଯୁକ୍ତ ରାଜ କୁଶୱାହା ଏବଂ ସୋନମ ରଘୁବଂଶୀ ଉଭୟ ନିଜର ସମ୍ପର୍କକୁ ସ୍ୱୀକାର କରିଛନ୍ତି। 

ରାଜାଙ୍କ ହତ୍ୟାକାଣ୍ଡର ତଦନ୍ତ କରୁଥିବା ରାଜ୍ୟର ସ୍ୱତନ୍ତ୍ର ତଦନ୍ତ ଦଳ ସୋନମ ରଘୁବଂଶୀଙ୍କ ନାର୍କୋ ଟେଷ୍ଟ ପାଇଁ ପୀଡିତଙ୍କ ପରିବାରର ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ସେମାନଙ୍କ ପାଖରେ ଦୋଷୀକୁ ଦଣ୍ଡ ଦେବା ପାଇଁ ସମସ୍ତ ପ୍ରକାର ଆବଶ୍ୟକୀୟ ପ୍ରମାଣ ଅଛି। ତେଣୁ ନାର୍କୋ ଟେଷ୍ଟର କୌଣସି ଆବଶ୍ୟକ ନାହିଁ।

ପୀଡ଼ିତ ପରିବାର ଲୋକଙ୍କ ନାର୍କୋ ପରୀକ୍ଷା ଦାବିକୁ ନେଇ ପୁଲିସ କହିଛି, ‘ନାର୍କୋ-ପରୀକ୍ଷଣର ଫଳାଫଳ କୋର୍ଟରେ ଗ୍ରହଣୀୟ ନୁହେଁ।’

ପୂର୍ବ ଖାସି ହିଲ୍ସ ପୁଲିସ ଅଧୀକ୍ଷକ ବିବେକ ସିମ୍ କହିଛନ୍ତି ଯେ ତଦନ୍ତ ସମୟରେ, ରାଜ ଏବଂ ସୋନମ ଉଭୟ ସେମାନଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କକୁ ସ୍ୱୀକାର କରିଛନ୍ତି। ପୂର୍ବରୁ ଦୁହେଁ ରାଜାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। 

ନିକଟରେ ଆମେ ରାଜାଙ୍କ ହତ୍ୟା ଦୃଶ୍ୟକୁ ପୁନଃନିର୍ମାଣ କରିଥିଲୁ। ଯେଉଁଥିରେ ସୋନମ ଓ ରାଜ ବ୍ୟବସାୟୀ ରାଜା ରଘୁବଂଶୀଙ୍କୁ କିପରି ଭାବେ ହତ୍ୟା କରିଥିଲେ ସେ ଲୋମଟାଙ୍କୁରା ଘଟଣାର ଦୃଶ୍ୟ ଦେଖାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe