ହନିପ୍ରୀତଙ୍କୁ ପଞ୍ଚକୁଲା କୋର୍ଟକୁ ପଠାଯିବ

ହନିପ୍ରୀତଙ୍କୁ ପଞ୍ଚକୁଲା କୋର୍ଟକୁ ପଠାଯିବ

deccanchronicle

ପଞ୍ଚକୁଲା: ବାବା ରାମ ରହିମଙ୍କ ପାଳିତକନ୍ୟା ହନିପ୍ରୀତ ଇନ୍‌ସାନ୍‌ ଗତକାଲି ଗିରଫ ହେବା ପରେ ତାଙ୍କୁ ବୁଧବାର ହରିଆଣାର ପଞ୍ଚକୁଲା କୋର୍ଟକୁ ପଠାଯିବ। ହନିପ୍ରୀଙ୍କୁ ମଙ୍ଗଳବାର ରାତି ପ୍ରାୟ ୧.୦୦ ବେଳେ ଚଣ୍ଡିଗଡ଼ ନିକଟସ୍ଥ ରାଜପଥରୁ ଅନ୍ୟ ଜଣେ ମହିଳାଙ୍କ ସହ ଗିରଫ କରାଯାଇଛି। ଗିରଫ ପରେ ତାଙ୍କୁ ଡାକ୍ତରୀ ଚିକତ୍ସା ପାଇଁ ପଞ୍ଚକୁଲାର ସିଭିଲ ହସ୍ପିଟାଲ୍‌କୁ ନିଆଯାଇଛ। ଉଲ୍ଲେଖଯୋଗ୍ୟ, ରାମ ରହିମ୍‌ ଗିରଫ ହେବା ପରଠାରୁ ହନିପ୍ରୀତ ଲୁଚି ରହିଥିଲେ। ଦୀର୍ଘ ୩୮ ଦିନ ପରେ ସେ ପୁଲିସ୍‌ ହାତରେ ଧରାପଡ଼ିଛନ୍ତି।

୩୬ ବର୍ଷୀୟ ହନିଙ୍କ ବିରୋଧରେ ଦୁଷ୍କର୍ମକାରୀ ବାବା ରାମ ରହିମଙ୍କୁ ସହଯୋଗ କରୁଥିବା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା। ତାପରେ ପୁଲିସ୍‌କୁ ଚଖମା ଦେଇ ସେ ଖସି ଯାଇଥିଲେ। ପୁଲିସ୍‌ ହନୀଙ୍କୁ ଧରିବା ପାଇଁ ଦୀର୍ଘ ୩୮ ଦିନ କାଳ ପଞ୍ଜାବ, ହରିଆଣା, ଉତ୍ତରପ୍ରଦେଶ ଓ ରାଜସ୍ତାନ ଆଦି ଖୋଜିବାରେ ଲାଗିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe