ଫ୍ରିଜରୁ ପାଣି ବୋତଲ ବାହାର କରିବା ହେଲା କାଳ, ଦୋକାନୀଙ୍କ ଗୁଳିରେ ନାବାଳକଙ୍କ ମୃତ୍ୟୁ

Advertisment
ଫ୍ରିଜରୁ ପାଣି ବୋତଲ ବାହାର କରିବା ହେଲା କାଳ, ଦୋକାନୀଙ୍କ ଗୁଳିରେ ନାବାଳକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆମେରିକାର ଦକ୍ଷିଣ କେରୋଲିନାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୪ବର୍ଷର ବାଳକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ବାଳକଙ୍କ ନାମ ସାୟରସ କାରମ୍ୟାକ- ବେଲଟନ ବୋଲି ଜଣାପଡ଼ିଛି। ଏହି ଘଟଣାରେ ୫୮ବର୍ଷର ଦୋକାନୀ ଚାଉଙ୍କୁ ଗିରଫ କରାଯାଇଛି। ଚାଉ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇ କୋର୍ଟରେ ହାଜର କରାଯାଇଛି।

ପ୍ରକାଶିତ ରିପୋର୍ଟ ମୁତାବକ, ୧୪ବର୍ଷର ବାଳକ ଚାଉଙ୍କ ଦୋକାନକୁ ପାଣି ବୋତଲ କିଣିବା ପାଇଁ ଯାଇଥିଲା। କାରମ୍ୟାକ ଦେ‌ାକାନ ଫ୍ରିଜରୁ ୪ଟି ପାଣି ବୋତଲ ବ‌ାହାର କରୁଥିବା ବେଳେ ଚାଉ ଭାବିଲେ ପିଲାଟି ଚୋରି କରୁଛି। ଏହି ଘଟଣାରେ ସେ ରାଗି ଯାଇ ତାଙ୍କ ପାଖରେ ଥିବା ଲାଇସେନ୍ସ ପ୍ରାପ୍ତ ବନ୍ଧୁକରେ କାରମ୍ୟାକ ପିଠିକୁ ଗୁଳିମାଡ଼ କରିଥିଲେ।

ଏହି ଗୁଳିମାଡ଼ରେ ଛଟପଟ ହୋଇ ପିଲାଟି ତଳେ ପଡ଼ି ଯାଇଥିଲା। ଉକ୍ତ ଦୋକାନକୁ ଆସିଥିବା ଅନ୍ୟଲୋକମାନେ ଗୁରୁତର ଅବସ୍ଥାରେ କାରମ୍ୟାକକୁ ଉଦ୍ଧାର କରି ହସ୍ପିଟାଲ ନେବା ସହିତ ପୁଲିସକୁ ଖବର ଦେଇଥିଲେ।  ଡାକ୍ତର କାରମ୍ୟାକକୁ ମୃତ ଘୋଷଣା କରିଥିଲେ।

ଏହା ଘଟଣାପରେ ଚାଉଙ୍କ ଦୋକାନ ସାମ୍ନାରେ ଉତ୍ତେଜନା ଦେଖା ଦେଇଥିଲା। ଲୋକେ ଦୋକାନ ଭଙ୍ଗାରୁଜା କରିବା ଆରମ୍ଭ କରି ଦେଇଥିଲେ। ଏଥିସହିତ କିଛି ଲୋକ ଏହି ଭଙ୍ଗାରୁଜା ସମୟରେ ସାମଗ୍ରୀ ଚୋରି କରୁଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ିଯାଇଥିଲେ। ପୁଲିସ ଉକ୍ତ ଲୋକଙ୍କୁ ଧରି ତଦନ୍ତ ଆରମ୍ଭ କରିଛି। ଏଥିସହିତ ଦୋକାନରେ ବାଳକଙ୍କୁ  ଏଭଳି ଗୁଳିମାଡ଼ ଘଟଣାପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe