ଅବହେଳାର ଆଉ ଏକ ଚିତ୍ର : ଏଡସ୍‌ ପୀଡିତଙ୍କ ବେଡରେ ‘ଏଚଆଇଭି ପିଜିଟିଭ’ ଲେଖି ଚିଠା ଲଗାଇ ଦେଲେ ଡାକ୍ତରଖାନା ଷ୍ଟାଫ୍‌

Advertisment
ଅବହେଳାର ଆଉ ଏକ ଚିତ୍ର : ଏଡସ୍‌ ପୀଡିତଙ୍କ ବେଡରେ ‘ଏଚଆଇଭି ପିଜିଟିଭ’ ଲେଖି ଚିଠା ଲଗାଇ ଦେଲେ ଡାକ୍ତରଖାନା ଷ୍ଟାଫ୍‌

ଗୋଣ୍ଡା: ଉତ୍ତର ପ୍ରଦେଶର ଗୋଣ୍ଡୋ ଜିଲ୍ଲା ହସ୍‌ପିଟାଲରେ ପୁଣି ଥରେ ସ୍ୱାସ୍ଥ୍ୟ ବିଭାଗର ଅବହେଳାର ଏକ ମାମଲା ସାମ୍ନାକୁ ଆସିଛି। ମାନ୍ୟବର ସୁପ୍ରିମକୋର୍ଟ ଏଡସ୍‌ ପୀଡିତା/ପୀଡିତଙ୍କ ପରିଚୟ ଲୁଚାଇବା ଆଦେଶ ଦେବା ପରେ ବି ପରିଚୟ ସାର୍ବଜନିକ କରିଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ, ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାର ଜିଲ୍ଲା ହସ୍‌ପିଟାଲରେ ଜଣେ ଏଚ୍ଆଇଭି ପଜିଟିଭ ଯୁବକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ହସ୍‌ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ସମୟରେ ହସ୍‌ପିଟାଲର ଜଣେ ଷ୍ଟାଫ୍‌ ଉକ୍ତ ଯୁବକଙ୍କ ବେଡରେ ଏଚଆଇଭି ପିଜିଟିଭ ଲେଖି ଏକ ଚିଠା ଲଗାଇ ଦେଇଥିଲେ। ଫଳରେ ଉକ୍ତ ଯୁବକ ଜଣକ ଏଚଆଭି ପଜିଟିଭ ଅର୍ଥାତ୍  ଏଡସ୍ ଅାକ୍ରାନ୍ତ ବୋଲି ତାଙ୍କ ପରିଚୟ ସାର୍ବଜନୀନ ହୋଇଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ତେବେ ଏହି ଘଟଣା ଜଣାପଡ଼ିବା ପରେ ହସ୍‌ପିଟାଲ କର୍ତ୍ତୃପକ୍ଷ କହିଛନ୍ତି କି, କେହି ଜଣେ କନିଷ୍ଠ ଷ୍ଟାଫ୍‌ ବିନା କୌଣସି ସୂଚନା .ଦେଇ ଏହାକୁ ଲଗାଇ ଦେଇଛନ୍ତି। ଏହି ଷ୍ଟିକରକୁ ଏବେ ହଟାଇ ଦିଆଯାଇଛି। ଏହି ଘଟଣାକୁ ନେଇ ମୁଖ୍ୟ ଚିକିତ୍ସା ଅଧିକାରୀ ଏସ୍‌ କେ ଶ୍ରୀବାସ୍ତବ ଦୁଃଖ ପ୍ରକାଶ କରିଛନ୍ତି। ଯଦି ଏହି ଘଟଣାରେ କୌଣସି ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ବିରୋଧରେ ନୋଟିସ୍‌ ଜାରି କରାଯିବ ବୋଲି ବି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe