ରାଖି ବାନ୍ଧିବା ପରେ ଭଉଣୀ ସହ ଦୁଷ୍କର୍ମ କଲା ସମ୍ପର୍କୀୟ ଭାଇ, ହତ୍ୟା କରି ଟାଙ୍ଗିଦେଲା

ରାଖିର ମାନ ରଖିଲାନି ଭାଇ। ସୁରକ୍ଷା ଦେବା ବଦଳରେ ସାଜିଲା ବଡ଼ ଶତ୍ରୁ। ନର ରାକ୍ଷସଙ୍କଠାରୁ ରକ୍ଷା ଦେବା ପରିବର୍ତ୍ତେ ନିଜେ ସାଜିଲା ରାକ୍ଷସ। ରାଖି ବା‌ନ୍ଧିବା ଆଳରେ ଆସି ଭଉଣୀକୁ ଦୁଷ୍କର୍ମ କରି ହତ୍ୟା କଲା ଭାଇ।

New Project (4)

ଲକ୍ଷ୍ନୌ: ରାଖିର ମାନ ରଖିଲାନି ଭାଇ। ସୁରକ୍ଷା ଦେବା ବଦଳରେ ସାଜିଲା ବଡ଼ ଶତ୍ରୁ। ନର ରାକ୍ଷସଙ୍କଠାରୁ ରକ୍ଷା ଦେବା ପରିବର୍ତ୍ତେ ନିଜେ ସାଜିଲା ରାକ୍ଷସ। ରାଖି ବା‌ନ୍ଧିବା ଆଳରେ ଆସି ଭଉଣୀକୁ ହତ୍ୟା କଲା ଭାଇ। ଉତ୍ତରପ୍ରଦେଶର ଔରଇୟାରେ ଘଟିଛି ଏଭଳି ଘଟଣା। ପ୍ରଥମେ ଦୁଷ୍କର୍ମ କରିବା ପରେ ଭଉଣୀକୁ ହତ୍ୟା କରିଥିଲା ନୃଶଂସ ଭାଇ। ଏହା ‌ପରେ ମୃତଦେହକୁ ଫ୍ୟାନ‌ରେ ଟାଙ୍ଗି ଭଉଣୀ ଜୀବନ ହାରିଛି ବୋଲି ସମସ୍ତଙ୍କୁ କହିଥିଲା। ହେଲେ ପୁଲିସର ଆଖିରୁ ବର୍ତ୍ତିପାରିନଥିଲା ଦୁଷ୍କର୍ମକାରୀ। ଅଭିଯୁକ୍ତ, ମୃତକଙ୍କ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଶନିବାର ସକାଳେ ୩୩ବର୍ଷୀୟ ସୁରଜିତ ତାଙ୍କ ବଡ଼ବାପାଙ୍କ ଘରକୁ ଯାଇ ଭଉଣୀ ହାତରୁ ରାଖି ବାନ୍ଧିଥିଲେ। ସେହି ରାତିରେ ପ୍ରଚୁର ମଦ୍ୟପାନ କରିବା ପରେ ସେ ଘରକୁ ଫେରି ଶୋଇଥିବା ୧୪ବର୍ଷୀୟ ନାବାଳିକା ସହ ଦୁଷ୍କର୍ମ କରିଥିଲେ। ତା’ପରେ ସେ ତାଙ୍କୁ ହତ୍ୟା କରି ମୃତଦେହକୁ ଫାଶୀରେ ଝୁଲାଇ ଦେଇଥିଲେ। ତାଙ୍କ ବାପା ଘରର ଅନ୍ୟ ଏକ କୋଠରୀରେ ଶୋଇଥିଲେ ମଧ୍ୟ କିଛି ଶୁଣି ନଥିଲେ। ସେ ପରଦିନ ନାବାଳିକାର ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘରେ ପହଞ୍ଚିବା ପରେ ଚାରିଆଡେ ରକ୍ତଛିଟା ଦେଖି ଏହା ଆତ୍ମହତ୍ୟା ନୁହେଁ ବୋଲି ସନ୍ଦେହ କରିଥିଲା।

ଅଧିକ ସୂଚନା ପାଇଁ ସେମାନେ ପରିବାର ସଦସ୍ୟଙ୍କୁ ପଚରାଉଚରା କରିବା ଆରମ୍ଭ କଲେ ଏବଂ ଦେଖିଲେ ଯେ, ସୁରଜିତ ସବୁବେଳେ ସେମାନଙ୍କ ସହିତ ରହି ଉତ୍ତର ଦେବା ସମୟରେ ବାଧା ଉପୁଜାଉଛି। ପରିବାର ସଦସ୍ୟଙ୍କୁ ପ୍ରଶ୍ନ ପଚରାଗଲେ, ସୁରଜିତ ସେମାନଙ୍କ ପାଇଁ ଉତ୍ତର ଦେଉଛି। ଏହା ଦେଖି ସନ୍ଦେହ ବଢ଼ିବାରୁ ପୁଲିସ ତାଙ୍କୁ ଅଟକାଇ ପଚରାଉଚରା କରିଥିଲା, ଯାହା ପରେ ସୁରଜିତର ଅସଲ ଚେହେରା ସମସ୍ତଙ୍କ ସାମ୍ନାକୁ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe