ଯୁବତୀଙ୍କୁ ଘର ମାଲିକଙ୍କ ଅସଦାଚରଣ ଉଦ୍ୟମ

Advertisment
ଯୁବତୀଙ୍କୁ ଘର ମାଲିକଙ୍କ ଅସଦାଚରଣ ଉଦ୍ୟମ

ଭୁବନେଶ୍ୱର: ଆଚାର୍ଯ୍ୟବିହାର ଅଞ୍ଚଳରେ ଜଣେ ଯୁବତୀଙ୍କୁ ଅସଦାଚଣ ନେଇ ଘର ମାଲିକଙ୍କ ବିରୋଧରେ ସହିଦନଗର ଥାନାରେ ଅଭିଯୋଗ ହୋଇଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଯୁବତୀଙ୍କ ଅଭିଯୋଗ ମୁତାବକ, ଗତ କିଛିଦିନ ହେବ ସେ ଘରମାଲିକଙ୍କ ସ୍ପା’ରେ କାମ କରୁଥିଲେ। ତେବେ ଗତକାଲି ଯୁବତୀଙ୍କ ସାଙ୍ଗମାନେ ନୂଆବର୍ଷ ପାଳନ ପାଇଁ ବାହାରକୁ ଯାଇଥିଲେ। ହେଲେ ତାଙ୍କ ଦେହ ଖରାପ ଥିବାରୁ ସେ ରୁମ୍‌ରେ ରହିଥିଲେ। ସେ ରୁମ୍‌ରେ ଥିବା ଜାଣିବା ପରେ ଘରମାଲିକ ତାଙ୍କ ପାଖକୁ ଆସି ଅନ୍ୟମାନେ କୁଆଡ଼େ ଯାଇଛନ୍ତି ବୋଲି ପଚରାଉଚରା କରିଥିଲେ। ଏହାପରେ ଯୁବତୀ ଏକୁଟିଆ ଥିବା ଜାଣିବା ପରେ ଘରମାଲିକ ତାଙ୍କ ସହ ଅସଦାଚରଣ ଉଦ୍ୟମ କରିଥିଲେ। ଯୁବତୀ ଜଣଙ୍କ ଚିତ୍କାର କରିବାରୁ ଘରମାଲିକ ତାଙ୍କୁ ଧମକ ଦେଇଥିଲେ। ଏନେଇ ଯୁବତୀ ଜଣଙ୍କ ଆଜି ସହିଦନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୋଗର ସତ୍ୟତା ନେଇ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe