ସୁନ୍ଦରଗଡ଼/ବନ୍ଧମୁଣ୍ଡା (ଦେବ କୁମାର ଦେ):ରାଉରକେଲା ରେଲ ଷ୍ଟେସନ୍ ପରିସର ଭିତରେ ଥିବା ପାର୍ସଲ ଗୋଦାମରୁ ପ୍ରାୟ ୩୦ ଲକ୍ଷ ଟଙ୍କା ମୂଲ୍ୟର ଗଂଜେଇ ଜବତ ହୋଇଛି। ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀକୁ ଚାଲାଣ ହେବା ପୂର୍ବରୁ ଚାଲାଣକାରୀଙ୍କ ଉଦ୍ୟମ ବିଫଳ ହୋଇଛି। ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ରାଉରକେଲା ଜିଆରପି ଟିମ୍ ହଠାତ୍ ଅଭିଯାନ ଚାଲାଇ ଦୁଇଟି ବଡ଼ ଅଖାକୁ ଜବତ କରିଛି, ଯେଉଁଥିରେ ବହୁ ପରିମାଣରେ ଗଂଜେଇ ରହିଥିବା ଜଣାପଡ଼ିଛି। ଏହି ଦୁଇଟି ଅଖା ଆଜି ସକାଳେ ପାର୍ସେଲ୍ ଅଫିସ୍ରେ ଦିଲ୍ଲୀ ପଠାଇବା ପାଇଁ ବୁକ୍ କରାଯାଇଥିଲା।
ଏକ୍ସପ୍ରେସ୍ ଟ୍ରେନ୍ରେ ଚାଲାଣ ପାଇଁ ଉଦ୍ୟମ
ସରକାରୀ ରେଳବାଇ ପୁଲିସ (ଜିଆରପି)କୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ, ସମ୍ବଲପୁର–ଜମ୍ମୁତବି ଏକ୍ସପ୍ରେସ୍ ଟ୍ରେନ୍ରେ ଗଂଜାଇ ଭର୍ତ୍ତି ଏହି ପ୍ୟାକେଜ୍ ଚାଲାଣ କରିବାକୁ ପ୍ରସ୍ତୁତି ଚାଲିଥିଲା। ଏହି ସୂଚନାର ଆଧାରରେ ତ୍ୱରିତ ଅଭିଯାନ ଚାଲାଇ ପୁଲିସ୍ ଟିମ୍ ପାର୍ସଲ ଗୋଦାମ ଉପରେ ଅତର୍କିତ ଚଢ଼ଉ କରିଥିଲା।
ଆହୁରି ପଢ଼ନ୍ତୁ: Ganja Smuggling: ୧୭ କୋଟି ଟଙ୍କାର ଗଂଜେଇ ଜବତ, ୩ ଗିରଫ
କମ୍ ସମୟରେ କୋଟିପତି ହେବାର ସ୍ବପ୍ନ
ଆଜିକାଲିର ଯୁବପିଢ଼ି କମ୍ ସମୟରେ ଏବଂ କମ୍ ପରିଶ୍ରମରେ କୋଟିପତି ହେବା ପାଇଁ ସ୍ବପ୍ନ ଦେଖିଛନ୍ତି। ସେଥିପାଇଁ ଶରୀରରୁ ଝାଳ ନବୁହାଇ ରାତାରାତି କୋଟିପତି ହେବାକୁ ଉଦ୍ୟମ କରୁଛନ୍ତି। କମ୍ ସମୟରେ କୋଟିପତି ହେବାରେ ତ ଅସୁବିଧା ନାହିଁ। କିନ୍ତୁ ଅସାଧୁ ଉପାୟରେ ସଫଳତା ହାସଲ କରିବା ଉଦ୍ୟମ ସବୁବେଳେ ସଫଳ ହୋଇପାରି ନଥାଏ। ଏଥି ପାଇଁ ଯୁବପିଢ଼ି ନିଶାଦ୍ରବ୍ୟ ଚାଲାଣ, ସାଇବର ଠକେଇ, ବ୍ୟାଙ୍କ ଲୁଟ୍ ଭଳି କାମ କରୁଛନ୍ତି। ଗତକାଲି ମାଲକାନଗିରି ଜିଲ୍ଲାର ୩ଟି ସ୍ଥାନରୁ କୋଟିକୋଟି ଟଙ୍କାର ଗଂଜେଇ ଜବତ ହୋଇଥିବା ବେଳେ ଆଜି ରାଉରକେଲା ରେଳଷ୍ଟେସନରୁ ବିପୁଳ ପରିମାଣର ଗଂଜେଇ ଜବତ ହୋଇଛି।
ଆହୁରି ପଢ଼ନ୍ତୁ: Accident: ଭିନ୍ନଭିନ୍ନ ଦୁର୍ଘଟଣା: ଆନ୍ଧ୍ରରେ ଓଡ଼ିଆ ମହିଳାଙ୍କ ମୃତ୍ୟୁ, ବିଦ୍ୟୁତ୍ ତାର ନେଲା ଚାଷୀଙ୍କ ଜୀବନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/30/ganja-2025-10-30-17-06-05.jpg)