ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣରେ ଏକାଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଗୁରୁତର ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ଜଣେ ଓଡ଼ିଆ ମହିଳାଙ୍କର ମୃତ୍ୟୁ ଘଟିଛି। ସେହିପରି ବରଗଡ଼ଜିଲ୍ଲା ପାଇକମାଳ ବ୍ଲକ ଜଗଦଲପୁର ଥାନା ବୁକୁରାମୁଣ୍ଡା ଗାଁରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୧୬ ନମ୍ବର ଜାତୀୟ ରାଜପଥ ଜୁଣବଳଦା ଠାରେ ଏକ ଯାତ୍ରୀବାହୀ ବସ୍କୁ ଆନ୍ଧ୍ରପ୍ରଦେଶର ଏକ ଟ୍ରକ୍ ଧକ୍କା ଦେବାରୁ ତିନି ଜଣ ଗୁରୁତର ହୋଇଛନ୍ତି।
ଦୁର୍ଘଟଣାରେ ସ୍ବାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ
ଗଜପତି ଜିଲ୍ଲା କାଶୀନଗର ସହର ମଧ୍ୟରେ ଥିବା ବନାଲାସାହି ବାସିନ୍ଦା ରୋକମ ଲଳିତାମ୍ମା ଆନ୍ଧ୍ରପ୍ରଦଶର ଶ୍ରୀକାକୁଲମ ଜିଲ୍ଲାର ବଳଦା ଗ୍ରାମର ଏକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାମ କରନ୍ତି। ସେ ସବୁବେଳେ ବସ୍ରେ ନିଜ କାର୍ଯ୍ୟ କ୍ଷେତ୍ରକୁ ଯିବା ଆସିବା କରିଥାନ୍ତି। କିନ୍ତୁ ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଥିବାରୁ ତାଙ୍କ ସ୍କୁଟିରେ ବାହାରିଥିଲେ। ଯିବାରାସ୍ତାରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା କିଡ଼ିଗାଁ ରାସ୍ତା ପାର୍ଶ୍ୱରେ ଦୁର୍ଘଟଣାର ଶିକାର ହୋଇ ଥିଲେ। ଦୁର୍ଘଟଣାରେ ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଚାଲିଯାଇଥିଲା। ଆନ୍ଧ୍ର ପୁଲିସ ପହଂଚି ଶବ ଜବତ କରି ପୁରୁଣାପଟନା ମେଡିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ଏହି ଅଭାବନୀୟ ଘଟଣା ନେଇ କାଶୀନଗର ଅଞ୍ଚଳରେ ଶୋକାକୁଳ ବାତାବରଣ ସୃଷ୍ଟି ହୋଇଛି।
ଆହୁରି ପଢ଼ନ୍ତୁ: Bengaluru Road Rage: କାର୍ରେ ବାଇକ୍ ସାମାନ୍ୟ ଘସି ହୋଇଯିବାରୁ ପିଛା କରି ଧକ୍କା ଦେଲେ ଦମ୍ପତି
ଯୁବ ଚାଷୀଙ୍କ ମୃତ୍ୟୁ
ପାଇକମାଳ ବ୍ଲକ କୁରମା ଗାଁର ଗେଥଳ ସାହୁଙ୍କ ପୁଅ ରବି ସାହୁ (୩୭) ତାଙ୍କ ବୁକୁରାମୁଣ୍ଡାସ୍ଥିତ ଚାଷଜମିରେ ଔଷଧ ସିଞ୍ଚନ ପାଇଁ ଯାଇଥିବା ସମୟରେ ସେଠାରେ ଥିବା ଡିପ ବୋରୱେଲର ତାର ସଂସ୍ପର୍ଶରେ ଆସିଥିଲେ। ସ୍ଥାନୀୟ ଲୋକେ ରବିଙ୍କୁ ବୁକ୍ରାମୁଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରୁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ରବିଙ୍କର ସ୍ତ୍ରୀ, ୫ ବର୍ଷୀୟ ଓ ୨ ବର୍ଷୀୟ ପୁଅ ଅଛନ୍ତି।
ଆହୁରି ପଢ଼ନ୍ତୁ: Sankarsan Parida Nomore: ବରିଷ୍ଠ ବିଜେପି ନେତା ତଥା କବି ଶଙ୍କର୍ଷଣ ପରିଡ଼ାଙ୍କର ପରଲୋକ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ବସ୍କୁ ପଛରୁ ଧକ୍କା ଦେଲା ଟ୍ରକ୍
ବସ୍ତା ଥାନା ୧୬ ନମ୍ବର ଜାତୀୟ ରାଜପଥ ଜୁଣବଳଦା ଠାରେ ଏକ ଯାତ୍ରୀବାହୀ ବସ ପଛପଟକୁ ଦ୍ରୁତଗାମୀ ଆନ୍ଧ୍ର ଟ୍ରକ୍ ଧକ୍କା ଦେଇଛି। ଫଳରେ ଯାତ୍ରୀବାହୀ ବସ୍ର ପଛପଟରେ ବସିଥିବା ତିନିଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ। ବାଲେଶ୍ଵରରୁ ଜଳେଶ୍ବର ଅଭିମୁଖେ ୩୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଘରୋଇ ବସ୍ ‘ଏହେଶାନ’କୁ ସମାନ ପଛପଟରୁ ଟ୍ରକ୍ (ଏପି୧୬ଟିଇ ୭୩୬୯) ଧକ୍କା ଦେଇଥିଲା। ଜାତୀୟ ରାଜପଥ ପ୍ରହରା ପୁଲିସ ବସ୍ତା ଥାନାକୁ ଖବର ଦେଇଥିଲେ। ପୁଲିସ ଓ ଜାତୀୟ ରାଜପଥ ପ୍ରହରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡ଼ିକୁ ଜବତ କରି ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/19/dead-2025-10-19-19-37-58.jpg)