ବେଙ୍ଗାଲୁରୁ: ଗାଡ଼ି ସାମାନ୍ୟ ଘସିହେବାରୁ ଯୁବକଙ୍କୁ ମାରିଦେଲେ ଦମ୍ପତି। ବେଙ୍ଗାଲୁରୁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଏହି ଘଟଣାକୁ ନେଇ ବିବାହିତ ଦମ୍ପତିଙ୍କୁ ପୁଲିସ ଗିରଫ କରିଛି। ପ୍ରଥମେ ଏହା ଏକ ଦୁର୍ଘଟଣା ବୋଲି ପୁଲିସ ଭାବୁଥିବା ବେଳେ ତଦନ୍ତ ପରେ ଦମ୍ପତି ଜାଣିଶୁଣି ୨ଜଣ ଯାଉଥିବା ବାଇକ୍କୁ ଧକ୍କା ଦେଇଥିଲେ, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ପଛରେ ବସିଥିବା ଆରୋହୀ ଆହତ ହୋଇଥିବା ଜଣାଯାଇଛି। ଗିରଫ ଦମ୍ପତିଙ୍କ ମନୋଜ କୁମାର( ଜଣେ ମାର୍ଶାଲ ଆର୍ଟ ଶିକ୍ଷକ) ଏବଂ ତାଙ୍କ ପତ୍ନୀ ଆରତୀ ବୋଲି ଚିହ୍ନଟ କରାଯାଇଛି।
ସିସିଟିଭି ଫୁଟେଜ୍ରୁ ମିଳିଲା ପ୍ରମାଣ
ଏହି ଘଟଣାରେ ୨୪ବର୍ଷୀୟ ଦର୍ଶନଙ୍କ ମୃତ୍ୟୁ ହୋଇଥିବା ବେଳେ ପଛରେ ବସିଥିବା ବରୁଣ (୨୪) ଏହି ଘଟଣାରେ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି। ମିଳିଥିବା ସୂଚନା ମୁତାବକ, ଘଟଣାଟି ଅକ୍ଟୋବର ୨୫ତାରିଖରେ ରାତି ୯ଟା ୩୦ ପରେ ଘଟିଥିଲା। ଏହି ସମୟରେ ଏକ ଦ୍ରୁତଗାମୀ କାର ପୁଟେନାହାଲ୍ଲିର ଶ୍ରୀରାମା ଲେଆଉଟ୍ରେ ଦର୍ଶନଙ୍କ ଦୁଇ ଚକିଆ ଗାଡ଼ିକୁ ଧକ୍କା ଦେଇ ଦ୍ରୁତ ଗତିରେ ଚାଲିଯାଇଥିଲା। ଘଟଣା ପରେ ଜେପି ନଗର ଟ୍ରାଫିକ୍ ପୁଲିସ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରିଥିଲା। ହେଲେ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ, ପୁଲିସ ଜାଣିପାରିଥିଲା ଯେ, କାରଟି ଜାଣିଶୁଣି ଦୁଇଚକିଆ ଯାନକୁ ପିଛା କରିଥିଲା ​​ଏବଂ ଧକ୍କା ଦେଇଥିଲା।
୨କିଲୋମିଟର ପିଛା କରିଥିଲେ ଦମ୍ପତି
ପୁଲିସର କହିବା ମୁତାବକ, ଦର୍ଶନ ଏବଂ ବରୁଣ ଯାଉଥିବା ବାଇକ୍ ଭୁଲବଶତଃ ଦମ୍ପତିଙ୍କ କାରରେ ଘସି ହୋଇଯାଇଥିଲା। ସାମାନ୍ୟ ସ୍ପର୍ଶ ପରେ ଦର୍ଶନ ଏବଂ ବରୁଣ ଆଗକୁ ଚାଲିଯାଇଲେ। କିନ୍ତୁ କ୍ରୋଧରେ ମନୋଜ ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ସେମାନଙ୍କ ପିଛା କରି ଜାଣିଶୁଣି ଦୁଇ ଚକିଆ ଗାଡ଼ିକୁ ଧକ୍କା ଦେଇଥିଲେ।
ଆହୁରି ପଢ଼ନ୍ତୁ: Sadhguru Defends Ranbir: ପ୍ରଭୁ ଶ୍ରୀରାମଙ୍କ ଚରିତ୍ର ପାଇଁ ଟ୍ରୋଲ ହେଉଥିବା ରଣବୀରଙ୍କୁ ସମର୍ଥନ କଲେ ସଦ୍ଗୁରୁ
ଆହୁରି ପଢ଼ନ୍ତୁ: Sudhir Dalvi Hospitalised: ଗମ୍ଭୀର ରୋଗରେ ପୀଡ଼ିତ ହୋଇଛନ୍ତି ବଡ଼ପରଦାର ସାଇବାବା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/10/30/bengaluru-2025-10-30-16-09-38.jpg)