ନୂଆଦିଲ୍ଲୀ: ଅଭିନେତା ମନୋଜ କୁମାରଙ୍କ ୧୯୭୭ ମସିହାର କ୍ଲାସିକ୍ ଚଳଚ୍ଚିତ୍ର ‘ଶିରିଡି କେ ସାଇବାବା’ରେ ସାଇ ବାବାଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ସୁଧୀର ଦଲଭିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ୨୦୨୫ ଅକ୍ଟୋବର ୮ ତାରିଖରେ ସୁଧୀରଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତର ସୁଧୀରଙ୍କ ସ୍ବାସ୍ଥ୍ୟ ଉପରେ ୨୪ଘଣ୍ଟା ନୀରିକ୍ଷଣ ରଖି ଚିକିତ୍ସା ଜାରି ରଖିଛନ୍ତି।
ଗମ୍ଭୀର ରୋଗରେ ପୀଡ଼ିତ ସୁଧୀର ଦଲଭି
ରିପୋର୍ଟ ଅନୁଯାୟୀ, ସୁଧୀର ଦଲଭି ସେପ୍ସିସ୍ ନାମକ ଏକ ଗମ୍ଭୀର ରୋଗରେ ପୀଡିତ। ଏହି ରୋଗର ଚିକିତ୍ସା ପାଇଁ ଅଭିନେତାଙ୍କ ପରିବାର ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଶେଷରେ କିଛି ଉପାୟ ନପାଇ ସୁଧୀରଙ୍କ ପରିବାରଲୋକ ଅଭିନେତାଙ୍କ ପ୍ରଶଂସକ ଏବଂ କଳାକାରମାନଙ୍କୁ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି।
ଅଧିକପଢ଼ନ୍ତୁ:ବରିଷ୍ଠ ବିଜେପି ନେତା ତଥା କବି ଶଙ୍କର୍ଷଣ ପରିଡ଼ାଙ୍କର ପରଲୋକ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଆର୍ଥିକ ସାହାଯ୍ୟ ଲୋଡ଼ିଛନ୍ତି ପରିବାରଲୋକ
ସୁଧୀର ଦଲଭିଙ୍କ ଚିକିତ୍ସା ପାଇଁ ଏଯାବତ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଥିବା ବେଳେ ଡାକ୍ତରମାନେ ଚିକିତ୍ସାରେ ମୋଟ ଖର୍ଚ୍ଚ ୧୫ ଲକ୍ଷ ଟଙ୍କା ହୋଇପାରେ ବୋଲି ଆକଳନ କରିଛନ୍ତି। ରଣବୀର କପୁରଙ୍କ ଭଉଣୀ ରିଦ୍ଧିମା କପୁର ସାହନି ସୁଧୀର ଦଲଭିଙ୍କ ପରିବାରର ନିବେଦନ ଶୁଣି ତୁରନ୍ତ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି।
ଅଧିକପଢ଼ନ୍ତୁ:ପ୍ରଭୁ ଶ୍ରୀରାମଙ୍କ ଚରିତ୍ର ପାଇଁ ଟ୍ରୋଲ ହେଉଥିବା ରଣବୀରଙ୍କୁ ସମର୍ଥନ କଲେ ସଦ୍ଗୁରୁ
mumbai lilavati hospital
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/30/untitled-12-1-2025-10-30-15-53-27.jpg)