ମୁମ୍ବାଇ: ସୁପରଷ୍ଟାର ରଣବୀର କପୁର ଏବଂ ସାଇ ପଲ୍ଲବୀଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ "ରାମାୟଣ"ର ପ୍ରଥମ ଲୁକ ଟିଜର ରିଲିଜ୍ ହୋଇସାରିଛି। ରିଲିଜ୍ ପରେ ଏବେ ଏହାକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି। ପ୍ରଥମ ଲୁକ ଟିଜରରେ ରଣବୀର କପୁରଙ୍କୁ ରାମ ଅବତାରରେ ଦେଖିବାକୁ ମିଳିଥିଲା। ସେ ଧନୁ ଧରି ଜଣେ ଯୋଦ୍ଧା ଭାବରେ ଆକ୍ରମଣର ଜବାବ ଦେଉଥିବା ଦେଖାଯାଇଥିଲା। କେବଳ ଟିଜର ରିଲିଜ୍ ପରେ ହିଁ ନିତେଶ ତିୱାରୀଙ୍କ ରାମାୟଣକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସମସ୍ତେ ଏହି ଫିଲ୍ମକୁ ନେଇ ଆସୁଥିବା ସବୁ ଅପଡେଟ୍ ବିଷୟରେ ଜାଣିବାକୁ ନିଜର ଉତ୍ସାହ ଦେଖାଉଛନ୍ତି। ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ବଜାୟ ରଖିବା ପାଇଁ ନିର୍ମାତା ଭିନ୍ନ ଭିନ୍ନ ଅପଡେଟ୍ ସେୟାର କରିବା ଆରମ୍ଭ କରିଛନ୍ତି।

Advertisment

ତେବେ ଏପର୍ଯ୍ୟନ୍ତ ମଧ୍ୟ ଅନେକ ଲୋକ ରଣବୀର କପୁରଙ୍କୁ ପ୍ରଭୁ ଶ୍ରୀରାମଙ୍କ ଚରିତ୍ରରେ ଗ୍ରହଣ କରିପାରୁନାହାନ୍ତି। ଅନେକ ତାଙ୍କ ଅତୀତକୁ ନେଇ ‌ସେ ଏହି ପବିତ୍ର ଚରିତ୍ର ପାଇଁ ଯୋଗ୍ୟ ନୁହନ୍ତି ବୋଲି କହିବା ଆରମ୍ଭ କରିଛନ୍ତି। ଏମଧ୍ୟରେ ରଣବୀରଙ୍କୁ ସମର୍ଥନ କରିଛନ୍ତି ଆଧ୍ୟାତ୍ମିକ ଗୁରୁ ସଦଗୁରୁ।

ଏହା ଜଣେ ଅଭିନେତାଙ୍କ ପ୍ରତି ଏକ ଅନୁଚିତ ବିଚାର: ସଦଗୁରୁ

ଚଳଚ୍ଚିତ୍ରର ପ୍ରଯୋଜକ ନମିତ ମାଲହୋତ୍ରାଙ୍କ ସହ ଏକ ଆଲୋଚନା ସମୟରେ ସଦଗୁରୁ, ରଣୀବରଙ୍କୁ ସମର୍ଥନ କରିଥିଲେ। ସେ କହିଥିଲେ ଯେ, "ଏହା ଜଣେ ଅଭିନେତାଙ୍କ ପ୍ରତି ଏକ ଅନୁଚିତ ବିଚାର, କାରଣ ସେ ଅତୀତରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି। ଅଭିନେତା ଭାବେ ତାଙ୍କୁ ଏଭଳି କରିବାକୁ ହେବ। ସେ ପ୍ରଭୁ ଶ୍ରୀରାମ ହୋଇଯିବେ ବୋଲି ବୋଲି ଆପଣ ଆଶା କରିପାରିବେ ନାହିଁ। ଏହି ଫିଲ୍ମ ପରେ ସେ ଅନ୍ୟ ଏକ ସିନେମାରେ ରାବଣ ଭୂମିକାରେ ଅଭିନୟ କରିପାରନ୍ତି। ଅଭିନେତା ଭାବରେ ସେ ଭିନ୍ନ ଚରିତ୍ର କରିବେ।"

୨ଭାଗରେ ମୁକ୍ତିଲାଭ କରିବ ଫିଲ୍ମ

ତେବେ ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଫିଲ୍ମ "ରାମାୟଣ" ଦୁଇଟି ଭାଗରେ ମୁକ୍ତିଲାଭ କରିବ। ପ୍ରଥମ ଭାଗ ୨୦୨୬ ଦୀପାବଳିରେ ଏବଂ ଦ୍ୱିତୀୟ ଭାଗ ୨୦୨୭ ଦୀପାବଳିରେ ମୁକ୍ତିଲାଭ କରିବ। ଫିଲ୍ମର ଷ୍ଟାରକାଷ୍ଟ ବହୁତ ବଡ଼। ରଣବୀର କପୁର, ୟଶ, ସାଇ ପଲ୍ଲବୀ, ରବି ଦୁବେ, ସନି ଦେଓଲ, ଅରୁଣ ଗୋଭିଲ, ରାକୁଲ ପ୍ରୀତ ସିଂହ, ଲାରା ଦତ୍ତା, ଶୀବା ଚଡ୍ଡା, ଅମିତାଭ ବଚ୍ଚନ, କୁନାଲ କପୁରଙ୍କ ସମେତ ଅନେକ କଳାକାର ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ। ରାମାୟଣ ସବୁଠାରୁ ମହଙ୍ଗା ଭାରତୀୟ ଫିଲ୍ମ ହେବାକୁ ଯାଉଛି। ଏହି ଫିଲ୍ମଟି ୪୦୦୦ କୋଟି ଟଙ୍କାରେ ନିର୍ମିତ ହେବ। ଏଥିମଧ୍ୟରୁ ୧୩୦୦କୋଟି ଟଙ୍କା ଫିଲ୍ମର ପ୍ରଚାରରେ ଖର୍ଚ୍ଚ ହେବ।

ଆହୁରି ପଢ଼ନ୍ତୁ: Sankarsan Parida Nomore: ବରିଷ୍ଠ ବିଜେପି ନେତା ତଥା କବି ଶଙ୍କର୍ଷଣ ପରିଡ଼ାଙ୍କର ପରଲୋକ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଆହୁରି ପଢ଼ନ୍ତୁ: 2020 Delhi Riots: ଶାସନ ପରିବର୍ତ୍ତନ ପାଇଁ ଦିଲ୍ଲୀ ଦଙ୍ଗା ହୋଇଥିବା ଦାବି କରି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲା ପୁଲିସ