ନୂଆଦିଲ୍ଲୀ: ଶାସନ ପରିବର୍ତ୍ତନ ପାଇଁ ଦିଲ୍ଲୀ ଦଙ୍ଗା ହୋଇଥିଲା। ଆଜି ଦିଲ୍ଲୀ ପୁଲିସ ସୁପ୍ରିମକୋର୍ଟରେ ଏକ ପ୍ରମୁଖ ଏବଂ ସ୍ୱତନ୍ତ୍ର ସତ୍ୟପାଠ ଦାଖଲ କରି ଏଭଳି ଦାବି କରିଛି। ପୁଲିସ ଅନୁଯାୟୀ, ୨୦୨୦ରେ ହୋଇଥିବା ଦିଲ୍ଲୀ ଦଙ୍ଗା ଏକ "ଶାସନ ପରିବର୍ତ୍ତନ ଅଭିଯାନ" ଥିଲା। ଏହି ସତ୍ୟପାଠ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ଏହି ଦଙ୍ଗାଗୁଡ଼ିକୁ କେବଳ ଆଇନ ଶୃଙ୍ଖଳା ସମସ୍ୟା ଭାବରେ ବିଚାର କରିବା ପରିବର୍ତ୍ତେ, ଦିଲ୍ଲୀ ପୁଲିସ ଅଧିକ ଗଭୀରକୁ ଯାଇ ଜାଣିବାକୁ ପାଇଥିଲା ଯେ, ଜାଣିଶୁଣି ଏଭଳି ଦଙ୍ଗା କରାଯାଇଥିଲା। ହଠାତ୍ କିଛି ବି ହୋଇନଥିଲା।

Advertisment

ଭାରତର ଶାନ୍ତି ଭଙ୍ଗ ପାଇଁ ଏଭଳି ହୋଇଥିଲା

୨୦୨୦ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାରେ ଉମର ଖାଲିଦ, ଶରଜୀଲ ଇମାମ, ମୀରାନ ହାଇଦର, ଗୁଲଫିଶା ଫାତିମା ଏବଂ ଅନ୍ୟମାନଙ୍କ ଜାମିନକୁ ବିରୋଧ କରି ସୁପ୍ରିମକୋର୍ଟରେ ଏହି ସତ୍ୟାପଠ ଦାଖଲ କରିଛି। ଏହି ସତ୍ୟପାଠରେ ଦାବି କରାଯାଇଛି ଯେ, ଦଙ୍ଗା ଆପେ ଆମେ ହୋଇଥିବା ପ୍ରତିବାଦ ନଥିଲା, ବରଂ ଭାରତର ଆଭ୍ୟନ୍ତରୀଣ ଶାନ୍ତି ଏବଂ ଅନ୍ତର୍ଜାତୀୟ ପ୍ରତିଷ୍ଠାକୁ ଅସ୍ଥିର କରିବା ପାଇଁ ଜାଣିଶୁଣି ଏଭଳି କରାଯାଇଥିଲା।

ଦିଲ୍ଲୀ ସହ ଅନ୍ୟ ରାଜ୍ୟରେ ବି ହୋଇଥିଲା ହିଂସା

ପୁଲିସ ଏହା ମଧ୍ୟ ଦାବି କରିଛି ଯେ, "ସଂଗଠିତ ଏବଂ ଯୋଜନାବଦ୍ଧ" ଭାବେ ଦେଶବ୍ୟାପୀ ହିଂସା କରାଯାଇଥିଲା। ଉତ୍ତର ପ୍ରଦେଶ, ଆସାମ, ପଶ୍ଚିମବଙ୍ଗ, କେରଳ ଏବଂ କର୍ଣ୍ଣାଟକ ଭଳି ରାଜ୍ୟରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। ବିଭିନ୍ନ ରାଜ୍ୟରେ ଏଭଳି ହିଂସା କରି ଏହା ମାଧ୍ୟମରେ ସରକାରଙ୍କୁ ଅସ୍ଥିର କରିବା ପାଇଁ ପ୍ରୟାସ କରାଯାଇଥିଲା।

ଜାମିନ ଆବେଦନ ଏବଂ ମାମଲାର ପ୍ରକ୍ରିୟାଗତ ବିଳମ୍ବ ଉପରେ ଚାଲିଥିବା ଶୁଣାଣିର ଏକ ଅଂଶ ଭାବରେ ସୁପ୍ରିମକୋର୍ଟ ଏବେ ଏହି ସତ୍ୟପାଠର ଯାଞ୍ଚ କରିବେ।

ଉଲ୍ଲେଖଯୋଗ୍ୟ, ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଫେବ୍ରୁଆରି ୨୦୨୦ରେ ଦଙ୍ଗା ହୋଇଥିଲା। ଦିଲ୍ଲୀ ପୁଲିସ ଅନୁସାରେ, ଦଙ୍ଗାରେ ୫୩ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଶହ ଶହ ଲୋକ ଆହତ ହୋଇଥିଲେ।

ଆହୁରି ପଢ଼ନ୍ତୁ: Shreyas Iyer Makes First Statement: ମୁଁ ସୁସ୍ଥ ହେଉଛି; ଚିକିତ୍ସା ପରେ ଇନଷ୍ଟାରେ ପ୍ରଥମ ପ୍ରତିକ୍ରିୟା ଦେଲେ ଶ୍ରେୟସ

ଆହୁରି ପଢ଼ନ୍ତୁ: Trump Cuts China Tariffs: ଜିନ୍‌ପିଙ୍ଗଙ୍କ ସହ ବୈଠକ ପରେ ଚୀନ ଉପରୁ ଶୁଳ୍କ ହ୍ରାସ କଲେ ଟ୍ରମ୍ପ