ଅଡୁଆରେ ପଡ଼ିଲେ ମୋଟେଲ୍‌ରେ ରହିଥିବା ସହ ସହ ଦମ୍ପତି, ଅନ୍ତରଙ୍ଗ ମୁହୂର୍ତ୍ତ ହେଉଥିଲା ଲାଇଭ୍‌

Advertisment
ଅଡୁଆରେ ପଡ଼ିଲେ ମୋଟେଲ୍‌ରେ ରହିଥିବା ସହ ସହ ଦମ୍ପତି, ଅନ୍ତରଙ୍ଗ ମୁହୂର୍ତ୍ତ ହେଉଥିଲା ଲାଇଭ୍‌

ସେଓଲ୍‌: ଦକ୍ଷିଣ କେରିଆର କେତେକ ମୋଟେଲ୍‌ ରୁମ୍‌ରେ ଦମ୍ପତିଙ୍କ ବ୍ୟକ୍ତିଗତ ମୁହୂର୍ତ୍ତର ଭିଡିଓକୁ ଲାଇଭ୍‌ କରି ଦିଆଯିବା ଅଭିଯୋଗ ହୋଇଛି। ଦକ୍ଷିଣ କେରିଆର ପ୍ରାୟ ୩୦ଟି ମୋଟେଲ୍‌ର ୪୩ଟି ରୁମ୍‌ରେ ଏପରି ହୋଇଥିବା ଗୁରୁବାର ପୁଲିସ୍‌ ସୂତ୍ରରୁୁ ଜାଣିବାକୁ ମିଳିଛି। ପ୍ରାୟ ୧୦ଟି ଭିନ୍ନ ସହରରେ ୧୬୦୦ ଜଣ ଏପରି ଗୁପ୍ତ ଭିଡିଓର ଶିକାର ହୋଇଛନ୍ତି। ଏହି ଘଟଣାର ତଦନ୍ତ କରି ପୁଲିସ୍‌ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଏହ କାରବାର ୨୦୧୮ ମସିହା ନଭେମ୍ବର ୧୪ ତାରିଖରୁ ଆରମ୍ଭ ହୋଇଚି। ଗତ ୬ ମାସ ଭିତରେ ପ୍ରାୟ ୧୬୦୦ ଜଣ ଏହାର ଶିକାର ହୋଇଥିବା ବେଳେ ପୁରୁଷ ଓ ମହିଳା ୫୦-୫୦ % ବୋଲି ଜାଣିବାକୁ ମିଳିଛି।

ଏହି ମାମଲାକୁ ସାଇବର୍‌ ଇନ୍‌ଭେଷ୍ଟିଗେସନ୍‌ ଡିପାର୍ଟମେଣ୍ଟ୍‌ ଅଫ୍‌ ଦ ନେସ୍‌ନାଲ୍‌ ପଲିସ୍‌ ଏଜେନ୍ସି ତଦନ୍ତ କରିଥିଲା। ତଦନ୍ତରୁ ଜାଣିବାକୁ ମିଳିଲା ଯେ ମୋଟେଲ୍‌ ରୁମ୍‌ରେ ଥିବା ଇଲେକ୍‌ଟ୍ରିକ୍‌ ହେୟାର୍‌ ଡ୍ରାୟର୍‌, ଓ ଅନ୍ୟାନ୍ୟ ଇଲେକ୍‌ଟ୍ରିକ୍‌ ସାମଗ୍ରୀରେ କ୍ଷୁଦ୍ର କ୍ୟାମେରା ଖଞ୍ଜା ଯାଇଥିଲା। ଦମ୍ପତିମାନେ ମୋଟେଲ୍‌ ରୁମ୍‌ରେ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଉଥିବା ବେଳେ ତାହାକୁ ଲାଇଭ୍‌ କରି ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe