ଲଜ୍ଜା! ରାସ୍ତା ମଝିରେ ବୋହୂକୁ ବାଡ଼େଇଲେ ଶାଶୂ ଓ ସ୍ବାମୀ, ଭିଡିଓ ବନାଇଲେ ଦେଖଣାହାରୀ

Advertisment
ଲଜ୍ଜା! ରାସ୍ତା ମଝିରେ ବୋହୂକୁ ବାଡ଼େଇଲେ ଶାଶୂ ଓ ସ୍ବାମୀ, ଭିଡିଓ ବନାଇଲେ ଦେଖଣାହାରୀ

ଜୟପୁର: ଘରୋଇ ହିଂସା ଏକ ଜଘନ୍ୟ ଅପରାଧ ହୋଇଥିଲେ ବି ଦେଶରେ ପ୍ରତିଦିନ ଘରୋଇ ହିଂସାର ଶିକାର ହେଉଛନ୍ତି ମହିଳା। ରାଜସ୍ଥାନର ଚୁରୁ ଜିଲ୍ଲାର ସରଦାରସହରରେ ଦେଖିବାକୁ ମିଳିଛି ଏକ ଲଜ୍ଜାଜନକ ଘଟଣା। ଜଣେ ମହିଳାଙ୍କୁ ତାଙ୍କ ଶାଶୂ ଓ ସ୍ବାମୀ ରାସ୍ତା ମଝିରେ ବାଡ଼ୋଉ ଥିବାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ମହିଳାଙ୍କ କହିବା କଥା ହେଉଛି ସେ ବିବାହ କରି ଆସିବା ଦିନରୁ ହିଁ ତାଙ୍କ ପରିବାର ଲୋକ ତାଙ୍କୁ ମାରପିଟ୍‌ କରୁଛନ୍ତି।

ଘରୋଇ ହିଂସାର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ପ୍ରୀତି। ଭିଡିଓ‌ରେ ଦେଖିବାକୁ ମିଳିଛି ‌ଯେ ପ୍ରୀତିଙ୍କୁ ତାଙ୍କ ଶାଶୂ ଭଗବତୀ ମୋଦୀ ଓ ସ୍ବାମୀ ଦିନେଶ ମୋଦୀ ବଜାର ମଝିରେ ଲୋକଭିଡ଼ ସତ୍ତ୍ବେ ମାଡ଼ ଉପରେ ମାଡ଼ ଦେଇ ଚାଲିଛନ୍ତି। ସେଠାରେ ଥିବା ଲୋକମାନଙ୍କ ମଧ୍ୟରୁ କେହି ବି ହେଲେ ପ୍ରୀତିଙ୍କୁ ମାଡ଼ ଖାଇବାରୁ ଅଟକାଉ ନାହାନ୍ତି। ବରଂ କିଛି ଲୋକ ସେଠାରେ ଛିଡ଼ା ହୋଇ ଭିଡିଓ କରୁଥିବାର ନଜର ଆସିଛନ୍ତି।

ଏହି ମାମଲାଟି ପୁଲିସ୍‌ ପର୍ଯ୍ୟନ୍ତ ଯିବା ପରେ ପୁଲିସ୍‌ ଗୁରୁତର ପ୍ରୀତିଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଛି। ପୁଲିସ୍‌ ଉଭୟ ଶାଶୂ ଓ ସ୍ବାମୀଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଘଟଣାରୁ ପ୍ରକାଶ ଯେ, ଏକ ପାରିବାରିକ କଳହକୁ କେନ୍ଦ୍ର କରି ପ୍ରୀତି ଗତ ୧ ମାସ ହେବ ଶାଶୂଘର ଛାଡ଼ି ଯାଇ ତାଙ୍କର ଜଣେ ସାଙ୍ଗ ପାଖରେ ରହୁଥିଲେ। ପାରିବାରିକ କଳହ ବିଷୟରେ କଥା ହେବାକୁ ବଜାରରେ ଥିବା ତାଙ୍କ ଶଶୁରଙ୍କ ଦୋକାନକୁ ଆସିଥିବା ବେଳେ ତାଙ୍କୁ ତାଙ୍କ ସ୍ବାମୀ ଓ ଶାଶୂ ରାସ୍ତା ମଝିରେ ବାଡ଼େଇ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe