ଲକଡାଉନରେ ଭିକ ମାଗି ଭୋକିଲା ପିଲାଙ୍କୁ ଖାଇବାକୁ ଦେଉଥିବା ପତ୍ନୀଙ୍କୁ ତିନ ତଲାକ ଦେଲା ସ୍ବାମୀ

ଲକଡାଉନରେ ଭିକ ମାଗି ଭୋକିଲା ପିଲାଙ୍କୁ ଖାଇବାକୁ ଦେଉଥିବା ପତ୍ନୀଙ୍କୁ ତିନ ତଲାକ ଦେଲା ସ୍ବାମୀ

ନୂଆଦିଲ୍ଲୀ: କରୋନା ମହାମାରୀ ମୁକାବିଲା ଲାଗି ସମଗ୍ର ଦେଶରେ ଲକଡାଉନ ଜାରି କରାଯାଇଥିଲା। ଏହି ଲକଡାଉନ ସମୟରେ ଜଣେ ମହିଳା ଭିକ ମାଗି ଭୋକିଲା ପିଲାଙ୍କୁ ଖାଇବାକୁ ଦେଉଥିବାରୁ ତାଙ୍କ ସ୍ବାମୀ ତାଙ୍କୁ ତିନ ତଲାକ୍ ଦେଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ସ୍ୱାମୀଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ଏଥିସହିତ ତାଙ୍କୁ ପୁଲିସ ଗିରଫ କରି ନେଇଛି।

ଏଭଳି ଏକ ଘଟଣା ଖଣ୍ଡୱାର ଗୁଲନାଜ ସିଦ୍ଦିକିଙ୍କ ସହିତ ଘଟିଛି। ୮ ବର୍ଷ ପୂର୍ବେ ଝାନସିର ଅଜହରଙ୍କ ସହିତ ତାଙ୍କ ବିବାହ ହୋଇଥିଲା। ବିବାହ ପରେ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକଠାକ ଚାଲିଥିଲା। ଗୁଲନାଜଙ୍କ ଦୁଇଟି ପିଲା ହେବା ପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳି ଝଗଡ଼ା ଲାଗି ରହିଥିଲା। ଲକଡାଉନ ସମୟରେ ହଠାତ୍ ଅଜହର କାହାକୁ କିଛି ନ ଜଣାଇ ତାଙ୍କ ପରିବାରକୁ ଛାଡି କେଉଁଆଡେ ଚାଲି ଯାଇଥିଲେ। ଏହାପରେ ଗୁଲନାଜ ଏବଂ ତାଙ୍କ ପିଲାମାନେ ଖାଇବାକୁ ନପାଇ ଅସୁସ୍ଥ ହୋଇପଡ଼ିଥିଲେ।

पत्नी को दिया तलाक

ଏହି ଘଟଣାକୁ ନେଇ ଗୁଲନାଜ କହିଛନ୍ତି ଯେ ମୋ ସ୍ୱାମୀ ବିବାହ ପରେ ‌ଯୌତୁକ ପାଇଁ ନିର୍ଯାତନା ଦେଉଥିଲେ। ଅନେକ ଥର ମୋ ବାପା ତାଙ୍କୁ ଟଙ୍କା ବି ଦେଇଛନ୍ତି। ଏହାପରେ ବି ସେ ମୋ ସହିତ ମାରପିଟ କରନ୍ତି। କରୋନା ସଂକ୍ରମଣ ପାଇଁ ଜାରି ହୋଇଥିବା ଲକଡାଉନ୍ ସମୟରେ ସ୍ବାମୀ ହଠାତ ଘରୁ କେଉଁ ଆଡେ ଚାଲି ଯାଇଥିଲେ। ଏହି ସମୟରେ ପିଲାଙ୍କ ମୁହଁରେ ଦୁଇମୁଠା ଦାନା ଦେବା ପାଇଁ ମୁଁ ଘରୁ ପାଦ ବାହାର କରିବା ପାଇଁ ବାଧ୍ୟ ହୋଇଥିଲି। କୌଣସି ସ୍ଥାନରେ କାମ ନମିଳିବାରୁ ଭିକ ମାଗିବା ପାଇଁ ବାଧ୍ୟ ହୋଇଥିଲି।

ପିଲାଙ୍କ ମୁହଁଙ୍କୁ ଚାହିଁ ସ୍ବାମୀଙ୍କ ସହିତ ସମ୍ପର୍କକୁ ଶେଷ କରିବାକୁ ଚାହୁଁ ନ ଥିଲି, ସେଥିପାଇଁ ମୁଁ ମହିଳା ପରାମର୍ଶ କେନ୍ଦ୍ରକୁ ଯାଇଥିଲି | ସମାଧାନ ପାଇଁ ସ୍ୱାମୀଙ୍କୁ ସେଠାକୁ ଡକାଯାଇଥିଲା, କିନ୍ତୁ ସେ ସମସ୍ତଙ୍କ ସାମ୍ନାରେ ତିନ ତଲାକ କହି ମୋତେ ଛାଡପତ୍ର ଦେଇଥିଲେ।

ମୁସଲମାନ ମହିଳା ବିବାହ ଅଧିକାର ଆଇନ ୨୦୧୯ ଅନୁଯାୟୀ ଅଜହରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ତାଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe