ଭୁବନେଶ୍ବର : ପତ୍ନୀ ଅମିନା ବିବିଙ୍କୁ ମାଡ଼ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ପତିକୁ ଗିରଫ କରିଛି। ଶାନ୍ତିନଗର ଅଞ୍ଚଳର ସେକ୍ ଅବ୍ଦୁଲ୍ହାନନ୍ (୨୭)ର କିଛିଦିନ ହେବ ପାରିବାରିକ ସମସ୍ୟାକୁ ନେଇ ପତ୍ନୀଙ୍କ ସହ କଳହ ଲାଗି ରହିଥିଲା। କୌଣସି କାରଣକୁ ନେଇ ଶନିବାର ରାତିରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଅବ୍ଦୁଲ୍ହାନନ ରାଗିଯାଇ ପତ୍ନୀଙ୍କୁ ନିସ୍ତୁକ ମାଡ଼ମାରିଥିଲା। ଏନେଇ ଖାରବେଳନଗର ଥାନାରେ ଅମିନା ଅଭିଯୋଗ କରିଥିଲେ।
ଭୁବନେଶ୍ବର : ପତ୍ନୀକୁ ମାଡ଼ମାରି ପତି ଗିରଫ
Advertisment
Follow Us