ଦୁଷ୍କର୍ମ ପାଇଁ ପତ୍ନୀଙ୍କୁ ବିଧାୟକଙ୍କୁ ଉପହାର ଦେଇଥିବା ସ୍ୱାମୀ ଗିରଫ

Advertisment
ଅବସରପ୍ରାପ୍ତ କ୍ୟାପ୍‌ଟେନ୍‌ଙ୍କୁ ୭ ବର୍ଷ ଜେଲ୍‌

ହୈଲାକଣ୍ଡି( ଆସାମ): ନିଜ ପତ୍ନୀଙ୍କୁ ଦୁଷ୍କର୍ମ କରିବା ପାଇଁ ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ନେଇ ବିଧାୟକଙ୍କୁ ଉପହାର ଦେଇଥିଲେ। ବିଧାୟକ ଏକ ସର୍କିଟ ହାଉସରେ ଦୁଇ ଦୁଇ ଥର ପତ୍ନୀଙ୍କୁ ଦୁଷ୍କର୍ମ କରିଥିଲେ। କେବଳ ସେତିକି ନୁହେଁ, ପତ୍ନୀ ଯେପରି ଏ ନେଇ କୌଣସି ସ୍ଥାନରେ ଅଭିଯୋଗ କରି ନ ପାରିବେ ସେଥିପାଇଁ ସ୍ୱାମୀ ତାଙ୍କୁ ଘର ଭିତରେ ଗୃହବନ୍ଦୀ କରି ରଖିଥିଲେ। ତେବେ କୌଣସି ମତେ ନିଜକୁ ମୁକ୍ତ କରି ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତଦନ୍ତର ପ୍ରଥମ ପଦକ୍ଷେପ ସ୍ୱରୁପ ଅଭିଯୁକ୍ତ ସ୍ୱାମୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେହିପରି ଏହି ମାମଲାରେ ଜଣେ ବିଧାୟକ ସମ୍ପୃକ୍ତ ଥିବାରୁ ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ୪ ଦିନ ରିମାଣ୍ଡରେ ନେଇ ପଚରାଉଚରା କରୁଛି।

publive-image
ଆସାମର ଜଣେ ମହିଳା ତାଙ୍କ ସ୍ୱାମୀ ଓ ଏଆଇୟୁଡିଏଫ ବିଧାୟକ ନିଜାମୁଦ୍ଦିନ ଚୌଧୁରୀଙ୍କ ନାମରେ ଅଭିଯୋଗ କରିଥିଲେ ଯେ ଗତ ମେ ମାସରେ ମାତ୍ର ୪ ଦିନ ବ୍ୟବଧାନରେ ସର୍କିଟ ହାଉସରେ ଏଆଇୟୁଡିଏଫ ବିଧାୟକ ନିଜାମୁଦ୍ଦିନ ଚୌଧୁରୀ ତାଙ୍କୁ ଦୁଇ ଥର ଦୁଷ୍କର୍ମ କରିଛନ୍ତି। ଏହି କାର୍ଯ୍ୟରେ ମହିଳାଙ୍କ ସ୍ୱାମୀ ବିଧାୟକଙ୍କୁ ସହଯୋଗ କରିଥିଲେ। ସ୍ୱାମୀ ନେଇ ହିଁ ତାଙ୍କୁ ସର୍କିଟ ହାଉସରେ ଛାଡ଼ିଥିଲେ, ଯେଉଁଠାରେ ଏଆଇୟୁଡିଏଫ ବିଧାୟକ ନିଜାମୁଦ୍ଦିନ ଚୌଧୁରୀ ତାଙ୍କୁ ଗତ ମେ ମାସ ୧୯ ତାରିଖ ଓ ୨୩ ତାରିଖ ଦିନ ଦୁଷ୍କର୍ମ କରିଥିଲେ।
ହୈଲାକଣ୍ଡି ସଦର ଥାନା ଇନଚାର୍ଜ ସୁରଜିତ ଚୌଧୁରୀ ଙ୍କ ଠାରୁ ପ୍ରକାଶ ଯେ, ଥାନାରେ ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ଏଆଇୟୁଡିଏଫ ବିଧାୟକ ନିଜାମୁଦ୍ଦିନ ଚୌଧୁରୀ ତାଙ୍କୁ ମେ ମାସ ୧୯ ଓ ୨୩ ତାରିଖରେ ଦୁଷ୍କର୍ମ କରିଥିଲେ। ଏପରିକି ବିଧାୟକ ତାଙ୍କୁ ଉପଭୋଗ କରିବା ପାଇଁ ଗୌହାଟି ନେବାକୁ ଚାହୁଁଥିଲେ। ମାତ୍ର ସେ ଆତ୍ମହତ୍ୟା ଧମକ ଦେବାରୁ ବିଧାୟକ ତାଙ୍କୁ ଛାଡ଼ି ଦେଇଥିଲେ।ଏହି ଅଭିଯୋଗ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଛି।

publive-image
ତେବେ ବିଧାୟକ ନିଜାମୁଦ୍ଦିନ ଚୌଧୁରୀ କହିଛନ୍ତି ଯେ ଯେ ତାଙ୍କୁ ବଦନାମ କରିବା ପାଇଁ ଏହି ଅଭିଯୋଗ ହୋଇଛି। ଅପରପକ୍ଷେ ପୁଲିସ ଅଭିଯୁକ୍ତ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି।
ଏଆଇୟୁଡିଏଫ ସଭାପତି ବଦ୍ରିଉଦ୍ଦିନ ଆଜମଲ କହିଛନ୍ତି ଯେ ଏହି ସଙ୍ଗୀନ ମାମଲାରେ ଆଇନ ତା ବାଟରେ ଯିବ। ଘଟଣାର ତଦନ୍ତ ଚାଲିଛି। ଯିଏ ଦୋଷ କରିଛନ୍ତି, ସିଏ ଦଣ୍ଡିତ ହେବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe