punjabkesari.in
ମୁମ୍ବାଇ : ଦିନକୁ ଦିନ ଦେଶରେ ଅପରାଧ ବଢ଼ିବାରେ ଲାଗିଛି। ଗତ ସୋମବାର ଜଣେ ବ୍ୟକ୍ତି ମୁମ୍ବାଇର ବିଚ୍ ରାସ୍ତାରେ ନିଜ ପତ୍ନୀଙ୍କର ଗଳା ଛୁରୀରେ କାଟି ଦେଇଥିଲେ । ଏହି ଘଟଣା ପରେ ମହିଳା ଜଣକ ସାହାଯ୍ୟ ଲାଗି ରାସ୍ତା ଉପରେ ବିକଳରେ ଚିତ୍କାର କରୁୁଥିଲେ ମଧ୍ୟ କେହି ସାହାଯ୍ୟ ଲାଗି ଆଗେଇ ଆସି ନ ଥିଲେ ବରଂ ମୋବାଇଲରେ ଭିଡିଓ ନେଇଥିଲେ । ବର୍ତ୍ତମାନ ଏହି ଘଟଣାର ଭିଡ଼ିଓଟି ସୋସିଆଲ ମିଡିିଆରେ ଭରପୁର ମାତ୍ରାରେ ଭାଇରାଲ ହୋଇଛି ।
ଘଟଣା ଅନୁଯାୟୀ, ୨୭ ବର୍ଷିୟ ଶୁଭାଙ୍ଗୀ ବିଜୟ ଇଙ୍ଗଲେ ଷ୍ଟେଟ୍ ବ୍ୟାଙ୍କରେ ଛାଡ଼ୁଦାର କାମ କରୁଥିଲେ । ସୋମବାର ଦିନ ସେ ତାଙ୍କର କାମ ଶେଷ କରି ଘରକୁ ଫେରୁଥିଲେ । ଏହି ସମୟରେ ପୂର୍ବରୁ ମାନଖୁର୍ଦ ଷ୍ଟେସନ ନିକଟରେ ଉପସ୍ଥିତ ଥିବା ତାଙ୍କ ସ୍ୱାମୀ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଅଭିଯୁକ୍ତ ଜଣଙ୍କ ମହିଳାଙ୍କ ଗଳା ଛୁରୀ କାଟିଦେଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା କୌଣସି ବ୍ୟକ୍ତି ତାଙ୍କୁ ଅଟକାଇବାକୁ ଚେଷ୍ଟା କରି ନ ଥିଲେ ବରଂ ନିରବଦ୍ରଷ୍ଟା ସାଜି ସେଠାରେ ଘଟଣାଟିର ଭିଡ଼ିଓ ପ୍ରସ୍ତୁତ କରିଥିଲେ ।
Live Lawଘଟଣାସ୍ଥଳରେ ପୁଲିସ ପହଞ୍ଚି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଥିବା ମହିଳାଙ୍କୁ ଡ଼ାକ୍ତରଖାନା ନେଇଥିଲା। ପୁଲିସ ଅନୁଯାୟୀ ଶୁଭାଙ୍ଗୀଙ୍କର ବହୁ ସମୟ ହେଲା ତାଙ୍କ ସ୍ୱାମୀଙ୍କ ସହିତ ମନୋମାଳିନ୍ୟ ଥିଲା। ତେବେ ଘଟଣାର ୨୪ ଘଣ୍ଟା ମଧ୍ୟରେ ପୀଡ଼ିତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି ପୁଲିସ ।
Follow Us