ଯୌତୁକ ଦାବି ପୂରଣ ହୋଇ ନପାରିବାରୁ ସ୍ତ୍ରୀଙ୍କ ନାକ କାଟିଦେଲେ ସ୍ବାମୀ

Advertisment

ଦାବି ମୁତାବକ ‌ଯୌତୁକ ନଆଣିବାରୁ ରାଗରେ ସ୍ତ୍ରୀଙ୍କ ନାକ କାଟିଦେଲେ ସ୍ବାମୀ। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପୀଡ଼ିତାଙ୍କ ବାପା ବଖାଣିଲେ ନିଜର ଦୁଃଖ।

ଦାବି ମୁତାବକ ‌ଯୌତୁକ ନଆଣିବାରୁ ରାଗରେ ସ୍ତ୍ରୀଙ୍କ ନାକ କାଟିଦେଲେ ସ୍ବାମୀ। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପୀଡ଼ିତାଙ୍କ ବାପା ବଖାଣିଲେ ନିଜର ଦୁଃଖ।

ମକ୍ମକ

ଉତ୍ତରପ୍ରଦେଶ: ଯୌତୁକ ପ୍ରଥାକୁ ବନ୍ଦ କରିବା ପାଇଁ ଅନେକ ଦିନ ହେବ ଦାବି କରାଯାଇ ଆସୁଛି। ଏହି ‌ଯୌତୁକ ଦାବି ପାଇଁ ଅନେକ ବିବାହ ଭାଙ୍ଗିଯାଇଛି ବା ଯାଉଛି ମଧ୍ୟ। ଅନେକ ନବବଧୂ ‌ଯୌତୁକ ପାଇଁ ଜୀବନ ହାରି ଦେଇଛନ୍ତି। ଏହି କ୍ରମରେ ଦେଖିବାକୁ ଗଲେ ଦାବି ମୁତାବକ ଯୌତୁକ ନମିଳିଲେ ବିବାହ ପରେ ଅନେକ ମହିଳାଙ୍କୁ ଶାଶୁଘରେ ନିର୍ଯାତନାର ଶିକାର ହେବାକୁ ପଡ଼ୁଛି।ଏମିତି ଏକ ଘଟଣା ହରଦୋଇ ଜିଲ୍ଲାର ସହଜନପୁର ଗାଁରୁ ସାମ୍ନାକୁ ଆସିଛି।

ସ୍ବାମୀ ସ୍ତ୍ରୀଙ୍କୁ ତାଙ୍କ ବାପାମାଆଙ୍କଠାରୁ ୫୦,୦୦୦ ଆଣିବା ପାଇଁ ଦାବି କରିଥିଲେ। ଟଙ୍କା ନ ଆଣିବାରୁ  ସ୍ବାମୀ ରାଗରେ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ନାକ କାଟି ଦେଇଥିଲେ।

ସ୍ବାମୀଙ୍କ ଆକ୍ରମଣରେ ସ୍ତ୍ରୀ ଚେତାଶୂନ୍ୟ ହୋଇ ଯାଇଥିଲେ। ଏହାପରେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଶାଶୁଘର ଲୋକ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ପୀଡିତାଙ୍କ ବାପା ମୁନେଶଙ୍କ କହିବା ଅନୁଯାୟୀ, ମୁଁ ଚାରି ବର୍ଷ ପୂର୍ବେ ବିଶାଲଙ୍କ ସହିତ ମୋ ଝିଅର ବିବାହ କରିଥିଲି। ବିବାହ ସମୟରେ ବରପକ୍ଷ ଯାହା ବି ଦାବି କରିଥିଲେ ମୋର ସକ୍ଷମ ଅନୁସାରେ ସେସବୁକୁ ଦେଇଥିଲି। କିନ୍ତୁ ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ‌ଯୌତୁକକୁ ନେଇ ବିବାଦ ଆରମ୍ଭ ହୋଇଯାଇଥିଲା। ନିକଟରେ ବିଶାଲ ମଦ୍ୟପାନ କରି ଘରକୁ ଆସି ମୋ ଝିଅ ସହିତ ଝଗଡା କରି ତାଙ୍କୁ ମାଡ଼ ମାରିବା ପରେ ଏକ ଧାରୁଆ ଅସ୍ତ୍ରରେ ନାକକୁ ଆକ୍ରମଣ କରି କାଟି ଦେଇଥିଲେ।’

ପୀଡ଼ିତା ବାପାଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ବିଶାଲଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe