ମୋଦିଙ୍କ ର‍୍ୟାଲିରୁ ଘରକୁ ଫେରିବା ପରେ ମହିଳାଙ୍କୁ ତିନ୍‌ ତଲାକ୍‌ ଦେଲେ ସ୍ୱାମୀ

ମୋଦିଙ୍କ ର‍୍ୟାଲିରୁ ଘରକୁ ଫେରିବା ପରେ ମହିଳାଙ୍କୁ ତିନ୍‌ ତଲାକ୍‌ ଦେଲେ ସ୍ୱାମୀ

ବରେଲି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ର‍୍ୟାଲିରେ ଯାଇଥିବାରୁ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ରାଗରେ ତିନ୍‌ ତଲାକ୍‌ ଦେଇ ଦେଇଛନ୍ତି। ମହିଳା ଯେତେବେଳେ ନ୍ୟାୟ ପାଇଁ ଥାନାକୁ ଯାଇଥିଲେ ପୁଲିସ ମହିଳାଙ୍କ କୌଣସି କଥା ଶୁଣି ନ ଥିଲେ। ଏହାପରେ ମହିଳା ନ୍ୟାୟାଳୟର ଶରଣ ନେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବହୁ ଚେଷ୍ଟା ଫଳରେ ବି ମହିଳା ନ୍ୟାୟ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇସାରିଲେଣି।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ବରେଲି ଜିଲ୍ଲାର ଥାନ କ୍ଷେତ୍ରର ମୋହଲ୍ଲା ଇଙ୍ଗଲିସଗଞ୍ଜ ନିବାସୀ ସାୟରା ମେରା ‘ହକ୍‌ ଫାଉଣ୍ଡେସନ୍‌’ ତତ୍ତ୍ୱାବଧାନରେ କେନ୍ଦୀୟ ମନ୍ତ୍ରୀ ମୁଖତାର ଅବ୍ଦାସଙ୍କ ଭଉଣୀ ଫରହନ ନକବି ଓ ଅନ୍ୟ ମହିଳାଙ୍କ ସହିତ ମିଶି ତିନ୍‌ ତଲାକ୍‌ ଉପରେ ସରକାର ଆଇନ କରିଥିବାରୁ ଖୁସି ଓ ଧନ୍ୟବାନ ଜାଣାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ର‍୍ୟାଲିରେ ବାହାରିଥିଲେ । ତେବେ ସାୟରାଙ୍କ ଏଭଳି ପଦକ୍ଷେପରେ ତାଙ୍କ ସ୍ୱାମୀ ଅସନ୍ତୁଷ୍ଟ ହୋଇଥିଲେ। ର‍୍ୟାଲି ସାରି ମହିଳା ଯେତେବେଳେ ଘରକୁ ଫେରିଥିଲେ ସ୍ୱାମୀଙ୍କ ଠାରୁ ସେ ଅନେକ ମାଡଗାଳି ଖାଇଥିଲେ। କେବଳ ଏତିକି ନୁହେଁ, ସାୟରାଙ୍କୁ ତାଙ୍କ ସ୍ୱାମୀ ତିନ୍‌ ତାଲକ୍‌ ମଧ୍ୟ ଦେଇଥିଲେ। ମହିଳାଙ୍କ ଏକବର୍ଷର ଏକ ପୁତ୍ର ସନ୍ତାନ ବି ଅଛି। ସାୟରାଙ୍କ ସ୍ୱାମୀ ଏହାପରେ ପତ୍ନୀ ଓ ପୁଅକୁ ଘରୁ ବାହାର କରି ଦେଇଥିଲେ। ମା’ପୁଅ ଗୋଟିଏ ରାତି ବାହାରେ ରହିଥିଲେ। ଏହାପରେ ଘଟଣା ସମ୍ପର୍କରେ ସାୟରା ନିଜର ବାପଘର ଲୋକଙ୍କୁ କହିଥିଲେ। ତେବେ ମହିଳାଙ୍କ ବାପଘର ଲୋକ ଯେତେବେଳେ ଏହି ଖବର ପାଇଥିଲେ ସେମାନେ ତୁରନ୍ତ ଥାନାରେ ଅଭିଯୋଗ କରିଥିଲେ କିନ୍ତୁ ପୁଲିସ ମହିଳାଙ୍କ କୌଣସି କଥା ଶୁଣ ନିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe