ସ୍ୱାମୀର ତାଓ୍ଵା ମାଡ଼ରେ ସ୍ତ୍ରୀ ଗୁରୁତର

Advertisment
ସ୍ୱାମୀର ତାଓ୍ଵା ମାଡ଼ରେ ସ୍ତ୍ରୀ ଗୁରୁତର

ଭୁବନେଶ୍ୱର: ଯୌତୁକ ପାଇଁ ସ୍ୱାମୀ ତା ସ୍ତ୍ରୀକୁ ରୁଟି ସେକା ତାଓ୍ଵାରେ ମାଡ଼ ମାରିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଏନେଇ ଆହତ ହୋଇଥିବା ମହିଳା ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏପରି ଘଟଣା ଘଟିଛି ସାଲିଆସାହି ନୀଳଚକ୍ର ନଗରରେ।

ସୂଚନାନୁଯାୟୀ ଅର୍ଜୁନ ନାୟକ ଓ ତାଙ୍କ ସ୍ତ୍ରୀ ଝୁନୁ ନାୟକ ବିବାହ ପରଠାରୁ ନୂଆପଲ୍ଲୀ ଶାରଳା ନଗରରେ ରହି ଅସୁଛନ୍ତି। ଝୁନୁଙ୍କ କହିବାନୁଯାୟୀ ବିବାହର କିଛି ଦିନ ପରେ ସ୍ୱାମୀ ଅର୍ଜୁନ ଯୌତୁକ ପାଇଁ ତାଙ୍କୁ ନିର୍ଯାତନା ଦେଇ ଆସୁଥିଲେ। ଗତ ଦୁଇ ଦିନ ତଳେ ବାପଘରୁ ଟଙ୍କା ଆଣିବା ପାଇଁ କହି ଝୁନୁଙ୍କୁ ତାଙ୍କ ବାପା ମା’ଙ୍କ ନାଁ ନେଇ ଗାଳିଗୁଲଜ କରିଥିଲେ। ଆଜି ସକାଳ ୯.୩୦ରେ ମଦ ପିଇ ଅର୍ଜୁନ ଘରକୁ ଆସି ଟଙ୍କା ଅସଛି କି ନାହିଁ ପଚାରିଥିଲେ। ଝୁନୁଙ୍କ ବାପା ଘର ଲୋକ ଟଙ୍କା ଦେଇ ପାରିବେନେ ବୋଲି କହିବାରୁ ନିଶାରେ ଥିବା ଅର୍ଜୁନ ଝୁନୁଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ। ଅର୍ଜୁନଙ୍କ ରାଗ ଏେତେ ବଢ଼ି ଯାଇଥିଲା ଯେ ସେ ଚୁଲିରେ ବସିଥିବା ରୁଟି ସେକା ତାଓ୍ଵାକୁ ଆଣି ଝୁନୁଙ୍କ ମୁହଁରେ ଚାପି ଦେଇଥିଲେ। ଝୁନୁ ଏଥିରେ ଗୁରୁତର ଆହତ ହୋଇ ତଳେ ପଡ଼ିଯାଇ ଚିତ୍କାର କରିବାରୁ ଅର୍ଜୁନ ତାଙ୍କୁ ସେଠାରେ ଛାଡ଼ି ଦୌଡ଼ି ପଳାଇଥିଲେ। ଝୁନୁଙ୍କ ଚିତ୍କାର ଶୁଣି ତାଙ୍କ ପାଖ ପଡ଼ୋଶୀ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ। ନୂଆପଲ୍ଲୀ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଝୁନୁଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏନେଇ ଝୁନୁ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe