(Photo Credits: Stux/Pixabay)
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ମହିଳା ତାଙ୍କ ପ୍ରେମିକଙ୍କ ସହ ମିଶି ନିଜର ୫୨ ବର୍ଷିଅ ସ୍ୱାମୀ ସୁରେଶ କୁମାରଙ୍କୁ ସୁପାରି ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ସୁପାରି କିଲରଙ୍କୁ ୭ ହଜାର ଟଙ୍କା ଦେଇ ତାଙ୍କ ସ୍ୱାମୀଙ୍କ ହତ୍ୟା କରିବାକୁ କହିଥିବା ଜାଣିବାକୁ ମିଳିଛି।
ଏହି ଦମ୍ପତି ଦିଲ୍ଲୀର ସାଉଥ୍ ଏଭନ୍ୟୁୟୁରେ ସାଂସଦ ଫ୍ଲାଟ୍ର ସରଭ୍ୟାଣ୍ଟ୍ କ୍ୱାଟରରେ ରହୁଥିଲେ। ଜୁନ୍ ୭ ତାରିଖରେ ଘଟିଥିବା ଏହି ହତ୍ୟାକାଣ୍ଡରେ ଜଣେ ନାବାଳକକୁ ବି ବନ୍ଧା ଯାଇଛି। ସୁରେଶ ଶୋଇଥିବା ଅବସ୍ଥାରେ ତାଙ୍କ ଗଳା କଟା ଯାଇ ଏହି ହତ୍ୟା କରାଯାଇଥିବା ପୁଲିସ୍ ସୂଚନା ଦେଇଛି।
ଏହି ଘଟଣା ସଂପର୍କରେ ପୁଲିସ୍ ପଚରାଉଚରା କରିବାରୁ ସୁରେଶଙ୍କ ପତ୍ନୀ ଜଣାଇଛନ୍ତି ଯେ ସେ ଦୁହିଁଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ନଥିଲା। ପରସ୍ପରଙ୍କ ଭିତରେ ୧୬ ବର୍ଷ ବୟସ ତାରତମ୍ୟ ଥିବା ହେତୁ ତାଳମେଳ ବି ସେତେଟା ଭଲ ପଡୁନଥିଲା। ସୁରେଶ ମନ ଇଚ୍ଛା ତାଙ୍କ ବନ୍ଧୁମାନଙ୍କୁ ଘରକୁ ଡାକି ଚା, ପକୋଡ଼ା ବରାଦ କରୁଥିଲେ। ତାଙ୍କର ଏପରି ଆଚରଣରେ ତାଙ୍କ ପତ୍ନୀ ଦୁଃଖୀ ହେଉଥିଲେ। ଅତିଶୟ ହେବାରୁ ଶେଷରେ ତାଙ୍କ ପ୍ରେମିକଙ୍କ ସହ ମିଶି ସ୍ୱାମୀଙ୍କୁ ସବୁଦିନ ପାଇଁ ରାସ୍ତାକୁ ହଟାଇବା ଯୋଜନା କରିଥିଲେ ସୁରେଶଙ୍କ ପତ୍ନୀ।
Follow Us