ଦୁବାଇରେ ବସିଥିବା ସ୍ବାମୀ ହ୍ବାଟସଆପ ଜରିଆରେ ଦେଲେ ତିନତଲାକ

ଦୁବାଇରେ ବସିଥିବା ସ୍ବାମୀ ହ୍ୱାଟସଆପ ଜରିଆରେ ସ୍ତ୍ରୀଙ୍କୁ ଦେଲେ ତିନ ତଲାକ । ଛାଡପତ୍ର ଦେବା ପରେ ସ୍ତ୍ରୀ ସ୍ବାମୀଙ୍କ ବିରୋଧରେ ଆଇନଗତ ରାସ୍ତା  ଆପଣାଇବାକୁ ନିଷ୍ପତ୍ତି ନେଇଛନ୍ତି।

gtfdytd

ନୂଆଦିଲ୍ଲୀ:କେରଳର କାସରଗୋଡରେ ତିନି ତଲାକର ଏକ ମାମଲା ସାମ୍ନାକୁ ଆସିଛି। ପୀଡ଼ିତା ମହିଳା ଅଭିଯୋଗ କରି କହିଛନ୍ତି,‘ ତାଙ୍କ ସ୍ୱାମୀ ଦୁବାଇରୁ ହ୍ୱାଟସଆପରେ ତାଙ୍କୁ ତିନ ତଲାକ ଦେଇଛନ୍ତି ଏବଂ ସମସ୍ତ ସମ୍ପର୍କ ଭାଙ୍ଗି ଦେଇଛନ୍ତି। ଛାଡପତ୍ର ଦେବା ପରେ ସେ ସ୍ବାମୀଙ୍କ ବିରୋଧରେ ଆଇନଗତ ରାସ୍ତା  ଆପଣାଇବାକୁ ନିଷ୍ପତ୍ତି ନେଇଛନ୍ତି।

ଦେଶରେ ତିନି ତଲାକ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ଏକ ଆଇନ ଆଣିଛନ୍ତି। ଏହି ଆଇନ ପ୍ରଣୟନ ପରେ କାସରଗୋଡରେ ଏହା ପ୍ରଥମ ଏପରି ମାମଲା ସାମ୍ନାକୁ ଆସିଛି। 

ପୀଡ଼ିତାଙ୍କ ପରିବାର ଲୋକ ପୁଲିସରେ ଅଭିଯୋଗ କରି କହିଛନ୍ତି,‘, ଯୌତୁକ ନ ଦେବାରୁ  ଆମର ୨୧ ବର୍ଷୀୟା ଝିଅଙ୍କୁ ତାଙ୍କ ସ୍ୱାମୀ ଏବଂ ତାଙ୍କ ପରିବାର ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିଲେ। ନିକଟରେ ସେ ହ୍ୱାଟସଆପରେ ତିନିଥର ତଲାକ ତଲାକ ତଲାକ କହି ଝିଅ ସହିତ ସମସ୍ତ ପ୍ରକାର ସମ୍ପର୍କ କାଟି ଦେଇଛନ୍ତି। ଏହାପରେ ଦୁବାଇରୁ ଝିଅକୁ ଫୋନ୍ କରି ଛାଡପତ୍ର ଦେବାକୁ ପ୍ରସ୍ତାବ ଦେଇଥିଲେ। ଆମେ କିଛି ଉପାୟ ନପାଇ ଶେଷରେ ପୁଲିସର ଦ୍ବାରସ୍ଥ ହୋଇଛି। 
ପୀଡ଼ିତା ପରିବାର ଲୋକଙ୍କ ଅଭିଯୋଗ ମିଳିବା ମାତ୍ରେ ପୁଲିସ ଏକ ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe