ରାତିରେ ସ୍ତ୍ରୀ ସହ ଚାଟିଂ କରୁଥିବା ସମୟରେ ଝଗଡ଼ା ହେବାରୁ ବେକରେ ବେଲ୍‌ଟ ବାନ୍ଧି ସ୍ତ୍ରୀକୁ ଫଟୋ ଛାଡ଼ିଲା ସ୍ୱାମୀ, ଫଟୋ ଦେଖି ସ୍ତ୍ରୀ ଏଭଳି ପ୍ରତିକ୍ରିୟା ଦେବା ପରେ ଆତ୍ମହତ୍ୟା କଲା ସ୍ୱାମୀ

Advertisment
ରାତିରେ ସ୍ତ୍ରୀ ସହ ଚାଟିଂ କରୁଥିବା ସମୟରେ ଝଗଡ଼ା ହେବାରୁ ବେକରେ ବେଲ୍‌ଟ ବାନ୍ଧି ସ୍ତ୍ରୀକୁ ଫଟୋ ଛାଡ଼ିଲା ସ୍ୱାମୀ, ଫଟୋ ଦେଖି ସ୍ତ୍ରୀ ଏଭଳି ପ୍ରତିକ୍ରିୟା ଦେବା ପରେ ଆତ୍ମହତ୍ୟା କଲା ସ୍ୱାମୀ

BGR India

ଇନ୍ଦୋର: ଇନ୍ଦୋରରେ ସ୍ତ୍ରୀ ପ୍ରତିକ୍ରିୟା ପାଇଁ ସ୍ୱାମୀ ଆତ୍ମହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ୱାମୀ-ସ୍ତ୍ରୀ ମେସେଜରେ କଥା ହେଉଥିବା ବେଳେ କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏ ନେଇ ନିଜ ସ୍ତ୍ରୀକୁ ଡ଼ରାଇାବା ପାଇଁ ମୃତ ସ୍ୱାମୀ ବେକରେ ବେଲ୍‌ଟ ଗୁଡ଼ାଇ ନିଜ ସ୍ତ୍ରୀଙ୍କୁ ଫଟୋ ଛାଡ଼ିଥିଲେ । ଯାହାକୁ ଦେଖି ଦୁଃଖ ପ୍ରକାଶ କରିବା ଅପେକ୍ଷା ନାଟକ କର ନାହିଁ । ଯାହା କରିବା କଥା କର ବୋଲି ସ୍ତ୍ରୀ ପ୍ରତିକ୍ରିୟା ଦେବା ପରେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିଲା ସ୍ୱାମୀ । ଏବେ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ମୁତାବକ, ୨୦୧୭ରେ ଅରବିନ୍ଦ କୀର୍ତ୍ତିଙ୍କୁ ବିବାହ କରିଥିଲେ । କିନ୍ତୁ ଅରବିନ୍ଦଙ୍କ ପରିବାର ଲୋକେ ଏହି ବିବାହକୁ ସମର୍ଥନ ନ ଦେବାରୁ ଅରବିନ୍ଦ କୀର୍ତ୍ତିଙ୍କୁ ବିଜୟ ନଗରରେ ଥିବା ଏକ ଭଡ଼ା ଘରେ ରହିବା ପାଇଁ କହିଥିଲେ । ଶୁକ୍ରବାର ରାତିରେ ଉଭୟ ସ୍ୱାମୀ-ସ୍ତ୍ରୀ ହ୍ଵାଟ୍‌ସଆପ୍‌ରେ କଥା ହେଉଥିବା ବେଳେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବାରୁ ଅରବିନ୍ଦ ଆତ୍ମହତ୍ୟା କରିଥିଲେ । ପରଦିନ ଅରବିନ୍ଦ କବାଟ ନ ଖୋଲିବାରୁ ପଡ଼ୋଶୀ ଆସି କବାଟ ବାଡ଼େଇଥିଲେ ।

publive-image Dainik Bhaskar

କିଛି ସମୟରେ କବାଟ ବାଡ଼େଇବା ପରେ ଅରବିନ୍ଦ କବାଟ ନ ଖୋଲିବାରୁ ଦୁଇ ଜଣ ଯୁବକ ଝରକା ପଟେ ତାଙ୍କୁ ଡ଼ାକିବା ପାଇଁ ଚେଷ୍ଟା କରିବା ପରେ ପଙ୍ଖାରେ ତାଙ୍କ ମୃତଦେହ ଝୁଲୁଥିବାର ଦେଖିଥିଲେ । ପୁଲିସକୁ ଏ ନେଇ ଖବର ଦିଆଯିବା ପରେ ଘଟଣାସ୍ଥଳରେ ପହଞ୍ଚି ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe