ଶାରୀରିକ ସମ୍ବନ୍ଧ ରଖୁଥିବା ବେଳେ ଧାରୁଆ ବ୍ଲେଡ୍‌ରେ ଗଳା କାଟି ପତ୍ନୀଙ୍କୁ ହତ୍ୟା କରିଥିଲା ସ୍ୱାମୀ

Advertisment
କଟକରେ ଚାଞ୍ଚଲ୍ୟ : ବିବାହିତାଙ୍କୁ ଗଣଦୁଷ୍କର୍ମ, ଜଣେ ଦୁର୍ବୃତ୍ତକୁ ଟେକିନେଲା ପୁଲିସ

NewsMeter

ନୂଆଦିଲ୍ଲୀ: ଶାରୀରିକ ସମ୍ବନ୍ଧ ସମୟରେ ସ୍ୱାମୀ ପତ୍ନୀଙ୍କ ଗଳା କାଟି ହତ୍ୟା କରିଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏହି ହତ୍ୟାକାଣ୍ଡ ଘଟାଇବା ପରେ ହତ୍ୟାକାରୀ ସ୍ୱାମୀ ନିଜ ଦୋଷ ସ୍ୱୀକାର କରିଥିବା ପୁଲିସ ସୂତ୍ରରୁ ପ୍ରକାଶ। ୨୧ବର୍ଷୀୟ ଅଭିଯୁକ୍ତ ମର୍ସିଲୋ ଅରୋଜୋକୁ ପୁଲିସ ଏହି ଘଟଣାରେ ଗିରଫ କରି ନେଇଛି।

ଏଭଳି ଏକ ଲୋମଟାଙ୍କୁରା ଘଟଣା ବ୍ରାଜିଲ୍‌ର ସାଓ ପୋଲୋର ବର୍ଜିି ପଲିଷ୍ଟା ନାମକ ଅଞ୍ଚଳରେ ଘଟିଛି। ହତ୍ୟାକାରୀ ସ୍ୱାମୀ ମର୍ସିଲୋ ଅରୋଜୋ ପତ୍ନୀ ଫ୍ରେସିନେ(୨୨)ଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ଏକ ଧାରୁଆ ବ୍ଲେଡ୍‌ରେ ତାଙ୍କର ଗଳା କାଟି ହତ୍ୟା କରିଥିଲା। ଏହାପରେ ମର୍ସିଲୋ ନିଜେ ବି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଜଣାପଡ଼ିଥିଲା।

शारीरिक संबंध के दौरान युवक ने ब्लेड से काटा पत्नी का गला, मौत https://aajtak.intoday.in/

ପୁଲିସ ସୂତ୍ରରୁ ପ୍ରକାଶ, ଇର୍ଷା କାରଣରୁ ମର୍ସିଲୋ ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ୨୦୧୯ ଡିସେମ୍ବର ୨୨ର ଏହି ଘଟଣାକୁ ନେଇ ୬ ସପ୍ତାହ ଯାଞ୍ଚ ଚାଲିବା ପରେ ଘଟଣା ସହିତ ସମ୍ପୃକ୍ତ ଥିବା ବିଭିନ୍ନ ପ୍ରକାର ପ୍ରମାଣ ଏକାଠି ହୋଇଥିଲା। ଏହାକୁ କେନ୍ଦ୍ର କରି ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲା। ଏହାପୂର୍ବରୁ ପତ୍ନୀ ହତ୍ୟାକାରୀ ହତ୍ୟା ଘଟଣାକୁ ନେଇ ଅଲଗାଅଲଗା ବୟାନ ଦେଇ ଆସୁଥିଲା।

ଅନ୍ୟପକ୍ଷରେ କୁହାଯାଉଛି, ତୃତୀୟଥର ଗର୍ଭବତୀ ହେବା ଘଟଣାକୁ ନେଇ ଫ୍ରେସିନେଙ୍କର ତାଙ୍କ ସ୍ୱାମୀଙ୍କ ସହିତ ଅନେକ ଦିନ ହେବ ଝଗଡ଼ା ଲାଗି ରହିଥିଲା। ଏଥିପାଇଁ ଦୁହିଁଙ୍କ ସମ୍ପର୍କରେ ତିକ୍ତତା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe