ଝଗଡ଼ା ହେବା ପରେ ଏହା ତୁମର ଶେଷ ରାତି ବୋଲି କହିଲା ସ୍ତ୍ରୀ, ଧମକ ପାଇ ଏଭଳି କାମ କଲା ସ୍ୱାମୀ

Advertisment
ଝଗଡ଼ା ହେବା ପରେ ଏହା ତୁମର ଶେଷ ରାତି ବୋଲି କହିଲା ସ୍ତ୍ରୀ, ଧମକ ପାଇ ଏଭଳି କାମ କଲା ସ୍ୱାମୀ

ନୂଆଦିଲ୍ଲୀ : ଗାଜିଆବାଦ୍‌ରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ସ୍ତ୍ରୀର ଧମକକୁ ସହି ନ ପାରି ଜଣେ ସ୍ୱାମୀ କରିଥିବା କାମ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଝଗଡ଼ା ହେବା ପରେ ଏହା ତୁମର ଶେଷ ରାତି ବୋଲି ସ୍ତ୍ରୀ କହିବା ପରେ ସ୍ୱାମୀ ରାଗରେ ଏକ ଲୁହା ରଡ଼ରେ ସ୍ତ୍ରୀକୁ ହତ୍ୟା କରିବା ଘଟଣା ଏବେ ସମସ୍ତଙ୍କୁ ସ୍ତବ୍ଧ କରିଛି । ଘଟଣାର ସୂଚନା ପାଇ ପୁଲିସ ରବିବାର ଅଭିଯୁକ୍ତକୁ ଗିରଫ କରି ନେଇଥିବା ବେଳେ ଅଭିଯୁକ୍ତର ନାଁ ରାଜୁ କୁମାର ଓରଫ ରାଜୁ ବୋଲି ଜଣା ପଡ଼ିଛି ।

Related image springsadvertiser.co.za

ସୂଚନା ମୁତାବକ, ରାଜୁ ଦୁବାଇର ଏକ ହୋଟେଲରେ କାମ କରୁଥିବା ବେଳେ ଫେବୃଆରୀରେ ସେ ନିଜ ଘରକୁ ଫେରିଥିଲେ । ଘରକୁ ଫେରିବା ପରେ ସେ ନଜ ପତ୍ନୀ ରହୁଥିବା ଘରକୁ ନ ଯାଇ ନିଜ ମା’ଙ୍କ ପାଖରେ ଉନ୍ନାଓରେ ଯାଇ ରହିଥିଲେ । ରାଜୁର ମା’ ପୀଡ଼ିତା ରହୁଥିବା ଘରକୁ ବିକ୍ରି କରିବାକୁ ଚାହୁଁଥିବା ବେଳେ ପୀଡ଼ିତା ଏଭଳି କରିବାକୁ ରାଜି ହେଉ ନଥିଲେ । ଏ ବିଷୟରେ କଥା ହେବା ପାଇଁ ଅକ୍ଟୋବର ୭ରେ ଅଭିଯୁକ୍ତ ପୀଡ଼ିତାଙ୍କ ପାଖରେ ପହଞ୍ଚିବା ପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ସମୟରେ ପୀଡ଼ିତା ନିଜ ସ୍ୱାମୀଙ୍କୁ ଏହା ତୁମର ଶେଷ ରାତି ହେବ ବୋଲି ଧମକ ଦେଇଥିଲେ । ସ୍ତ୍ରୀ କିଛି କରିବା ପୂର୍ବରୁ ଅଭିଯୁକ୍ତ ହତ୍ୟା ଭଳି ଅପରାଧ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe