ପତ୍ନୀଙ୍କ ପରକୀୟା ପ୍ରୀତି ପାଇଁ ତାଙ୍କୁ ମାରି ଘର ଭିତରେ ପୋତିଦେଲେ ସ୍ୱାମୀ, ନିଜେ କଲେ ଆତ୍ମହତ୍ୟା

Advertisment
ପତ୍ନୀଙ୍କ ପରକୀୟା ପ୍ରୀତି ପାଇଁ ତାଙ୍କୁ ମାରି ଘର ଭିତରେ ପୋତିଦେଲେ ସ୍ୱାମୀ, ନିଜେ କଲେ ଆତ୍ମହତ୍ୟା

ନାଭିମୁମ୍ବାଇ: ପତ୍ନୀଙ୍କର ପର ପୁରୁଷ ସହିତ ପରକୀୟା ପ୍ରୀତି ରହିଛି। ଏ ପ୍ରକାର ଏକ ସନ୍ଦେହ ଜଣେ ବ୍ୟକ୍ତିଙ୍କୁ ଏମିତି ଅନ୍ଧ କରି ଦେଲା ଯେ ତାଙ୍କ ପତ୍ନୀଙ୍କୁ ମାରି ପତ୍ନୀ ଘର ଭିତରେ ପୋତି ଦେଲେ। ଆଉ ସେତିକି ନୁହେଁ, ନିଜେ ଏ ସମ୍ପର୍କରେ ସୂଚନା ଏକ ଚିଠି ମାଧ୍ୟମରେ ଲେଖିିବାକୁ ନିଜ ବଡ଼ ଝିଅକୁ ବାଧ୍ୟ କଲେ। ଝିଅ ଚିଠି ଲେଖିବା ପରେ ତାଙ୍କୁ ନିଜର ଜଣେ ସମ୍ପର୍କୀୟଙ୍କ ଘରକୁ ପଠାଇ ଦେଇ ନିଜେ ଆତ୍ମହତ୍ୟା କରିଛନ୍ତି ସ୍ୱାମୀ। ଏପରି ଏକ ଘଟଣା ନାଭି ମୁମ୍ବାଇରେ ଘଟିଛି।
ମିଳିଥିିବା ସୂଚନା ଅନୁଯାୟୀ, ନାଭିମୁମ୍ବାଇର କରଜାତ ଥାନା ଅଞ୍ଚଳରେ ଜଣେ ୪୮ ବର୍ଷିୟ ଦିନ ମଜୁରିଆ ନିଜ ଦ୍ୱିତୀୟ ପତ୍ନୀ ଓ ୪ ସନ୍ତାନସନ୍ତତିଙ୍କ ସହିତ ରହୁଥିଲେ। ତେବେ ଗତ କିଛି ଦିନ ହେବ ସେ ତାଙ୍କ ପତ୍ନୀଙ୍କ ଚରିତ୍ରକୁ ନେଇ ସନ୍ଦେହ କରୁଥିଲେ। ପତ୍ନୀ ଅନ୍ୟ ଜଣେ ପରପୁରୁଷ ସହିତ ପରକୀୟା ପ୍ରୀତିରେ ମାତି ତାଙ୍କୁ ଅବହେଳା କରୁଛନ୍ତି ବୋଲି ତାଙ୍କ ମନରେ ଏକ ବଦ୍ଧମୁଳ ଧାରଣା ସୃଷ୍ଟି ହୋଇଥିଲା।

publive-image

ପତ୍ନୀଙ୍କ ପରକୀୟା ପ୍ରୀତି ପାଇଁ ତାଙ୍କୁ ମାରି ଘର ଭିତରେ ପୋତିଦେଲେ ସ୍ୱାମୀ, ନିଜେ କଲେ ଆତ୍ମହତ୍ୟା ଏଥିପାଇଁ ସେ ତାଙ୍କର ୪ ଜଣ ପୁଅଝିଅଙ୍କୁ ଭିଓ୍ଵାଣ୍ଡିରେ ରହୁଥିବା ତାଙ୍କ ଭାଇଙ୍କ ଘରକୁ ପଠାଇ ଦେଇଥିଲେ। ତାପରେ ପତ୍ନୀଙ୍କ ପରକୀୟା ପ୍ରୀତି ନେଇ ପତ୍ନୀପତିଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ପତି ନିଜ ପତ୍ନୀଙ୍କୁ ମାରି ଘର ଭିତରେ ପୋତି ଦେଇଥିଲେ। କେବଳ ସେତିକି ନୁହେଁ, ଯେଉଁଠାରେ ପତ୍ନୀଙ୍କୁ ପୋତି ଥିଲେ ସେଠାରେ ସିମେଣ୍ଟ କଂକ୍ରିଟ୍‌ କରି ଦେଇଥିଲେ। ତେବେ ଏକଟିିଆ ୧୫ ଦିନ ସେହି ଘର ଭିତରେ ରହିବା ପରେ ବ୍ୟକ୍ତିଜଣକ ମାନସିକ ଭାରସାମ୍ୟ ହରାଇ ଅତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ।ଆତ୍ମହତ୍ୟା କରିବା ପୂର୍ବରୁ ନିଜର ପ୍ରଥମ ପତ୍ନୀଙ୍କ ଠାରୁ ଜନ୍ମିତ ଓ ୧୦ମ ଶ୍ରେଣୀରେ ପଢ଼ୁଥିବା ଝିଅକୁ ଧମକ ଦେଇ ଏକ ଚିଠି ଲେଖାଇଥିଲେ। ଯେଉଁଥିରେ ସେ ତାଙ୍କ ଦ୍ୱିତୀୟ ପତ୍ନୀଙ୍କୁ ହତ୍ୟା କରି ଘର ଭିତରେ ପୋତି ଦେଇଥିବା ଲେଖାଇଥିଲେ। ତେବେ ଏ କଥା କାହାକୁ ନ କହିବାକୁ କହି ଝିଅ ଠାରୁ ସେହି ଚିଠିଟିକୁ ଆଣି ଘର ରଖିବା ପରେ ବେକରେ ଫାଶି ଲଗାଇ ଝୁଲି ପଡ଼ିଥିଲେ। ଗତ ଶନିବାର ଦିନ ତାଙ୍କ ପୁତୁରା ଆସି ଘରେ ପହଞ୍ଚି ତାଙ୍କ କକାଙ୍କୁ ଝୁଲୁଥିବା ଅବସ୍ଥାରେ ଦେଖି ପୁଲିସକୁ ଖବରଦେଇଥିଲେ। ଖବର ପାଇ କରଜାତ ଥାନା ଇନସପେକ୍ଟର ସୁଜାତା ଥାନଓ୍ଵାଡେ ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀଙ୍କ ଝୁଲନ୍ତା ମୃତ ଦେହ ଓ ଘର ଭିତରେ ମାଟି ତଳୁ ପତ୍ନୀଙ୍କ ଗଳିତ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe