୧୬ ବର୍ଷୀୟା ପ୍ରେମିକା ସମ୍ମୁଖରେ ୨୪ ବର୍ଷୀୟା ଗର୍ଭବତୀ ପତ୍ନୀଙ୍କୁ ହତ୍ୟା କଲା ଯୁବକ

ବୀରମିତ୍ରପୁର: ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀଙ୍କୁ ହତ୍ୟା, ଆତ୍ମହତ୍ୟା କଲେ ଯୁବକ

ନଓ୍ଵିମୁମ୍ବାଇ: ନିଜ ୧୬ ବର୍ଷୀୟା ନାବାଳିକା ପ୍ରେମିକାଙ୍କୁ ପାଇବା ପାଇଁ ଜଣେ ଯୁବକ ଅତି ନୃସଂଶଭାବେ ନିଜର ୨୩ ବର୍ଷୀୟା ଗର୍ଭବତୀ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ହତ୍ୟାକାଣ୍ଡ ପରେ ଏହାକ୍‌ୁ ଭିନ୍ନ ରୂପ ଦେଇ ଖସିଯିବାକୁ ଉଦ୍ୟମ କରୁଥିବା ଯୁବକଙ୍କୁ ପୁଲିସ ଗିରଫ କରିଛି। ଯୁବକଙ୍କ ଫୋନ୍‌ କଲ ରେକର୍ଡରୁ ତାଙ୍କର ସମ୍ପୃକ୍ତ ୧୬ ବର୍ଷୀୟା ସ୍କୁଲ ଛାତ୍ରୀଙ୍କ ସହିତ ପ୍ରେମ ସମ୍ପର୍କ ଥିବା ସ୍ପଷ୍ଟ ହୋଇଛି। ପୁଲିସ ପ୍ରେମିକା ସାମନାରେ ପତ୍ନୀଙ୍କୁ ହତ୍ୟା କରିଥିବା ଯୁବକଙ୍କୁ ଗରଫ କରିଥିିବା ବେଳେ ସମ୍ପୃକ୍ତ ନାବାଳିକା ପ୍ରେମିକାଙ୍କୁ ଗିରଫ କରି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରିବ ବୋଲି କହିଛି।

publive-image photo credit -times of india

ବରିଷ୍ଠ ପୁଲିସ ଇନସପେକ୍ଟର ଚନ୍ଦ୍ରକାନ୍ତ କେଟକର ଙ୍କ ଠାରୁ ପ୍ରକାଶ ଯେ ନଓ୍ଵିମୁମ୍ବାଇର ରାବାଲେ ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ମମତା ଗୁପ୍ତା (୨୪ ବର୍ଷ) ନାମକ ଜଣେ ଗର୍ଭବତୀ ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଗତ ସୋମବାର ରାତିରେ ତାଙ୍କ ଘର ଭିତରେ ପଡ଼ିଥିବା ଦେଖି ତାଙ୍କ ସ୍ୱାମୀ ଅଖିଳେଶ ଗୁପ୍ତା(୨୮ ବର୍ଷ) ପୁଲିସକୁ ଖବର ଦେଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଖିଲେଶ କହିଥିଲେ ଯେ ସେ ରାତ୍ରୀଭୋଜନ ପରେ ତାଙ୍କ ଦୁଇ ବର୍ଷର ଝିଅକୁ ଟିକେ ବୁଲାଇବାକୁ ନେଇ ଯାଇଥିିବା ବେଳେ ଏହି ଅଘଟଣ ଘଟିଛି। କେହି ଦୁର୍ବୃତ୍ତ ଘରେ ପଶି ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛି। ତେବେ ପୁଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ପରେ ଘଟଣାର ଯାଞ୍ଚ ଆରମ୍ଭ କରିଥିଲା। ଯାଞ୍ଚ ବେଳେ ପୁଲିସର ସନ୍ଦେହ ମୃତ ମମତାଙ୍କ ସ୍ୱାମୀ ଅଖିଲେଶଙ୍କ ଉପରେ ସ୍ଥିର ହେଇଥିଲା ମାତ୍ର ଅଖିଳେଶ ଏହାକୁ ଅସ୍ୱୀକାର କରିଥିଲେ। ଅଖିଲେଶଙ୍କ ମୋବାଇଲ ଫୋନର ସିଡିଆର( କଲ ଡିଟେଲ୍ସ) ଆଣି ପୁଲିସ ଜାଣିପାରିଥିଲା ଯେ ଅଖିଳେଶ ସେହି ଅଞ୍ଚଳର ଜଣେ ୧୬ ବର୍ଷୀୟା ସ୍କୁଲ ଛାତ୍ରୀ ସହିତ ବାରମ୍ବାର ଫୋନ୍‌ରେ କଥାବାର୍ତ୍ତା ହୋଇଛନ୍ତି ।ସନ୍ଦେହରେ ସମ୍ପୃକ୍ତ ଛାତ୍ରୀଙ୍କୁ ପୁଲିସ ପଚରାଉଚରା କରିବାରୁ ସେ ସବୁକଥା ପୁଲିସ ନିକଟରେ ମାନି ଯାଇଥିଲେ। ଛାତ୍ରୀଜଣକ ପୁଲିସକୁ କହିଥିଲେ ଯେ ଅଖିଲେଶ ତାଙ୍କୁ ଭଲ ପାଆନ୍ତି। ମାତ୍ର ସେମାନଙ୍କ ପ୍ରେମରେ ଅଖିଲେଶଙ୍କ ପତ୍ନୀ ମମତା ପ୍ରତିବନ୍ଧକ ବୋଲି ଅଖିଲେଶ ସବୁବେଳେ ଭାବୁଥିଲେ। ଏଥିପାଇଁ ଅଖିଳେଶ ମମତାଙ୍କୁ ରାସ୍ତାରେ ହଟାଇବା ପାଇଁ ଯୋଜନା କରିଥିଲେ। ଗତ ସୋମବାର ଦିନ ତାଙ୍କ ଆଖି ସାମନ୍‌ରେ ଅଖିଳେଶ ତାଙ୍କ ଗର୍ଭବତୀ ପତ୍ନୀ ମମତାଙ୍କୁ ନିସ୍ତୁକ ମାଡ଼ମାରିଥିଲେ। ଏଥିରେ ପ୍ରବଳ ରକ୍ତସ୍ରାବ ହେବାରୁ ମମତା ସେହିଠାରେ ପଡ଼ିଯିବା ସହିତ ମୃତ୍ୟୁବରଣ କରିଥିଲେ। ତେବେ ମୃତ୍ୟୁକୁ ଅନ୍ୟ ରୂପ ଦେବା ପାଇଁ ଅଖିଳେଶ ମମତାଙ୍କୁ ଭିତର ପଟୁ କବାଟ ଦେଇ ପଛ ଦ୍ୱାର ଦେଇ ବାହାରିଯିବାକୁ ସମ୍ପୃକ୍ତ ନାବାଳିକା ପ୍ରେମିକାଙ୍କୁ କହିଥିଲେ। ତା ପରେ ଅଖିଲେଶ ନିଜ ୨ ବର୍ଷର ଝିଅକୁ ନେଇ ବାହାରକୁ ଚାଲି ଯାଇଥିଲେ। ୧୫ ମିନିଟ ପରେ ଫେରି ସେ କବାଟ ବାଡେଇଥିଲେ। କବାଟ ତାଙ୍କ ପତ୍ନୀ ନ ଖୋଲିବାରୁ ସେ ପଡୋଶୀଙ୍କୁ ଡାକିବା ସହିତ ପଛଦ୍ୱାର ଦେଇ ଚଟାଣରେ ରକ୍ତ ଜୁଡ଼ୁବୁଡ଼ୁି ଅବସ୍ଥାରେ ପଡ଼ିଥିବା ତାଙ୍କ ପତ୍ନୀଙ୍କୁ ଦେଖିଥିଲେ। ତେବେ ପ୍ରଥମେ ହତ୍ୟାକାଣ୍ଡକୁ ଅସ୍ୱୀକାର କରୁଥିବା ଅଖିଲେଶ ଶେଷର ପୁଲିସ ନିକଟରେ ନାବାଳିକାପ୍ରେମିକାକୁ ବିବାହ କରିବା ପାଇଁ ପତ୍ନୀ ମମତାଙ୍କୁ ହତୃା କରିଥିବା ସ୍ୱୀକାର କରିଛି ବୋଲି ସିନିୟର ଇନସପେକ୍ଟର ଶ୍ରୀ କେଟକର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe