ସ୍ତ୍ରୀ କୁ ପିଟି ପିଟି ହତ୍ୟା କଲା ସ୍ୱାମୀ

Advertisment
ସ୍ତ୍ରୀ କୁ ପିଟି ପିଟି ହତ୍ୟା କଲା ସ୍ୱାମୀ

ବାରିପଦା: ସ୍ତ୍ରୀ କୁ ପିଟି ପିଟି ହତ୍ୟା କଲା ସ୍ୱାମୀ।  ଏ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅଧିନ ମାଧବପୁର ଗାଁ ରେ। ଗତକାଲି ବିଳମ୍ବିତ ରାତ୍ରିରେ ଘଟଣା ଘଟିଥିଲେ ବି ଘଟଣା ପଦାକୁ ଆସିଛି ଆଜି ।

ସୂଚନା ଅନୁଯାୟୀ ମାଧବପୁର ଗାଁର ଖେଲା ସରେନ ଘୋରଇ କଳିକୁ ନେଇ ନିଜ ସ୍ତ୍ରୀ ରାଣୀ ସରେନ କୁ ଏକ ବାଉଁଶ ବାଡ଼ିରେ ପିଟି ପିଟି ହତ୍ୟା କରିଛି। ତେବେ ଦୀର୍ଘ ଦିନ ହେବ ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ଲାଗିରହେ । ଗତକାଲି ସ୍ୱାମୀ ମଦ୍ୟପାନ କରି ସ୍ତ୍ରୀକୁ ଠେଙ୍ଗାରେ ମୁଣ୍ଡ, ପିଠି, ହାତ ଓ ଗୋଡ଼ରେ ଗଭୀର ଆଘାତ ଦେଇଥିଲା, ଠେଙ୍ଗା ରେ ପିଟିବା ପରେ ପ୍ରଚୁର ରକ୍ତସ୍ରାବ ପରେ ସ୍ତ୍ରୀ ର ମୃତ୍ୟୁ ହୋଇଅଛି।

ତେବେ ମୃତକ ରାଣୀର ଭାଇଙ୍କ ଅଭିଯୋଗ କ୍ରମେ ବାରିପଦା ସଦର ପୋଲିସ ୪୯/୨୦୧୯ ଏକ ମାମଲା ରୁଜ୍ଜୁ କରି ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିବା ବେଳେ ହତ୍ୟାକାରୀ ସ୍ୱାମୀ କୁ ଗିରଫ କରିଛି। ସବୁଠାରୁ ବଡ କଥା ହେଉଛି ହତ୍ୟାକାରୀ ମଧ୍ୟ ନିଜ ସ୍ତ୍ରୀ କୁ ପିଟି ପିଟି ହତ୍ୟା କରିଛି ବୋଲି ସ୍ୱୀକାର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe