ନୂଆପଡ଼ା: ସ୍ୱାମୀଙ୍କୁ ହତ୍ୟା କରି ସ୍ତ୍ରୀଙ୍କ ବେକରୁ ସୁନା ହାର ଲୁଟ

Advertisment
ନୂଆପଡ଼ା: ସ୍ୱାମୀଙ୍କୁ ହତ୍ୟା କରି ସ୍ତ୍ରୀଙ୍କ ବେକରୁ ସୁନା ହାର ଲୁଟ

ନୂଆପଡ଼ା: ଗତକାଲି ସନ୍ଧ୍ୟାରେ ନୂଆପଡ଼ା ଜିଲ୍ଲା ଯୋଙ୍କ ଥାନା ଅନ୍ତର୍ଗତ ବିରମୋଲ ଗାଁକୁ ଦୁର୍ଘାପୂଜା ଦେଖିବାକୁ ଯାଉଥିବା ଦମ୍ପତ୍ତିିଙ୍କୁ ଦୁଇଜଣ ଦୁର୍ବ୍ୟତ୍ତ ଆକ୍ରକମଣ କରିଛନ୍ତି। ଦୁର୍ବୃତ୍ତଙ୍କ ଛରିକା ଆଘାତରେ ସ୍ୱାମୀ ଭଗତ ବିହାରୀ (୩୫ ବର୍ଷ)ଙ୍କର ନୂଆପଡ଼ା ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ବେଳେ ଦୁର୍ବୃତ୍ତମାନେ ପତ୍ନୀ ସବିତାଙ୍କ ବେକରୁ ଏକ ମଙ୍ଗଳସୁତ୍ର ଛିଡ଼ାଇ ନେଇ ପେରାର ହୋଇ ଯାଇଛନ୍ତି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମହତମତରା ଗ୍ରାମର ଭଗତ ଓ ସ୍ତ୍ରୀ ସବିତା ଏକ ବାଇକ ଯୋଗେ ଦୁର୍ଗାପୂଜା ଦେଖିବାକୁ ଯାଉଥିବା ବେଳେ ବିରୁମାଲ ଗାଁ ପାଖରେ ପଛରୁ ଆସି ଦୁଇଜଣ ଯୁବକ ତାଙ୍କସ୍ତ୍ରୀଙ୍କ ବେକରୁ ମଙ୍ଗଳସୁତ୍ର ଛିଣ୍ଡାଇବାକୁ ଉଦ୍ୟମ କରିଥିଲେ। ଏହାର ବିରୋଧ କରିବାରୁ ଦୁର୍ବୃତ୍ତମାନେ ଭଗତଙ୍କ ପିଠିରେ ଏକ ଛୁରି ଭୁସି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ନୂଆପଡ଼ା ଡାକ୍ତରଖାନା ଅଣାଯାଇଥିଲା। ଆଜି ସକାଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe