Advertisment

ଯୌତୁକ ଦାବି ପୁରଣ ନହେବାରୁ ସ୍ତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କଲେ ସ୍ବାମୀ

Advertisment
1d6b0ae6-4cf4-4f3c-b80b-7a97a399a089

ନୂଆଦିଲ୍ଲୀ: ଗାଜିଆବାଦର ଲୋନି ସୀମାନ୍ତ ପୁଲିସ ଷ୍ଟେସନ ଅଞ୍ଚଳସ୍ଥିତ ଏକ କଲୋନିରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଇଚ୍ଛା ମୁତାବକ ଯୌତୁକ ଆଣି ନଥିବାରୁ ସ୍ବାମୀ ସ୍ତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ଦେଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ମହିଳା ସ୍ବାମୀଙ୍କ ସମେତ ତିନିଜଣ(ସ୍ୱାମୀ ଗୋବିନ୍ଦ, ଦାଦା ଶ୍ବଶୁର ସନ୍ତୋଷ ଏବଂ ଅନ୍ୟ ଜଣେ ବ୍ୟକ୍ତି)ଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ମହିଳାଙ୍କ ଅଭିଯୋଗକୁ କେନ୍ଦ୍ର କରି ପୁଲିସ ତଦନ୍ତ ଆରମ୍ଭ କରିଛି।  

ଲୋନି ସୀମାନ୍ତ ପୁଲିସ ଷ୍ଟେସନ ଅଞ୍ଚଳସ୍ଥିତ କଲୋନିରେ ବସବାସ କରୁଥିବା ପୀଡ଼ିତା ମହିଳା ଅଭିଯୋଗ କରି କହିଛନ୍ତି, ‘ମୋର ବିବାହ ୨୦୧୧ ମସିହାରେ ହୋଇଥିଲା। ବିବାହର କିଛି ମାସ ପରେ ମୋର ଶାଶୁଘର ଲୋକେ ମୋତେ ଯୌତୁକ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ। ବିବାହର ୪ବର୍ଷ ଭିତରେ ମୁଁ ଦୁଇଟି ସନ୍ତାନର ମା’ ବି ହୋଇସାରିଛି। ତଥାପି ଶାଶୁଘର ଲୋକଙ୍କର ମୋ ଉପରେ ନିର୍ଯାତନା କମିବାର ନାମ ନେଇ ନଥିଲା।

ଏମିତିକି ବାପଘରୁ ଟଙ୍କା ଆଣିବା ପାଇଁ ସ୍ବାମୀ ମୋର ଉପରେ ସର୍ବଦା ଚାପ ପକାଉଥି‌ଲେ। ଅନେକ ସମୟରେ ବାପାଙ୍କୁ ଟଙ୍କା ମାଗି ତାଙ୍କୁ ଆଣି ଦେଇଥାଏ। ଧୀରେଧୀରେ ସ୍ୱାମୀଙ୍କ ଲୋଭ ବଢ଼ିବା ଦେଖି ମୁଁ ଟଙ୍କା ଦେବା ବନ୍ଦ କରି ଦେଇଥିଲି।  ଏହି ରାଗରେ ସ୍ୱାମୀ ଗାଧୋଇବା ସମୟରେ ଗୁପ୍ତରେ ମୋର ଅଶ୍ଳୀଳ ଭିଡିଓ ତିଆରି କରିଥିଲେ। ଟଙ୍କା ନଦେବା କାରଣରୁ ତାହାକୁ ସେ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଛନ୍ତି।’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe