ସ୍ତ୍ରୀକୁ ପର ପୁରୁଷ ସହ ସ୍ବପ୍ନରେ ଦେଖିବା ପରେ ଏପରି ନିଷ୍ପତ୍ତି ନେଲେ ସ୍ବାମୀ

Advertisment
ସ୍ତ୍ରୀକୁ ପର ପୁରୁଷ ସହ ସ୍ବପ୍ନରେ ଦେଖିବା ପରେ ଏପରି ନିଷ୍ପତ୍ତି ନେଲେ ସ୍ବାମୀ

ନୂଆଦିଲ୍ଲୀ: ନିଜ ସ୍ବ‌ାମୀଙ୍କୁ କୌଣସି ପର ନାରୀ ସହ ଦେଖିବା ଯେପରି ଜଣେ ସ୍ତ୍ରୀ ପକ୍ଷେ ସମ୍ଭବ ହୋଇନଥାଏ, ନିଜ ସ୍ତ୍ରୀକୁ କେଉଁ ପର ପୁରୁଷ ସହ ଦେଖିବା ବି ଜଣେ ସ୍ବାମୀ ପାଇଁ କଷ୍ଟକର ବ୍ୟାପାର। ଏପରିକି ସ୍ତ୍ରୀର ପରକୀୟା ପ୍ରୀତି ଦେଖିବା ପରେ ହତ୍ୟା ପରି ଚରମ ନିଷ୍ପତ୍ତି ନେଉଥିବା ଭଳି ଲୋକଙ୍କୁ ବି ଆପଣ ଦେଖିଥିବେ। ମାତ୍ର ସ୍ତ୍ରୀକୁ ସ୍ବପ୍ନରେ ଜଣେ ପର ପୁରୁଷ ସହ ଦେଖି ହତ୍ୟା କରିବା ପରି ଚରମ ନିଷ୍ପତ୍ତି ନେଉଥିବା ବ୍ୟକ୍ତିଙ୍କ ବିଷୟରେ ଆପଣଙ୍କର କ’ଣ ଧାରଣ? ଏପରି ଏକ ଉଦାହାରଣ ଆମ ନିକଟରେ ରହିଛି। ଜଣେ ସ୍ବାମୀ ରାତିରେ ଶୋଇଥିବା ଅବସ୍ଥାରେ ସ୍ବପ୍ନ ଦେଖିଲେ ଯେ ତାଙ୍କ ପତ୍ନୀଙ୍କର ପର ପୁରୁଷ ସହ ସଂପର୍କ ରହିଛି। ତାପରେ ସେ ନିଦରୁ ଉଠିବା ପରେ କ୍ରୋଧରେ ଆସି ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ସୂଚନା ରହିଛି।

ବ୍ୟକ୍ତି ଜଣକ ଧାରୁଆ ଅସ୍ତ୍ରରେ ହାଣି କରି ନିଜ ସ୍ତ୍ରୀଙ୍କର ହତ୍ୟା କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କ ହାତ ଓ ଗଳାରେ ଅନେକ କ୍ଷତ ଚିହ୍ନ ଥିବା ବି ଦେଖିବାକୁ ମିଳିଛି। ଘଟଣା ଘଟିବା ପରେ ମହିଳାଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲା। ସେଠ‌ାରେ ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାଟି ଅଗଷ୍ଟ ୯ ତାରିଖର ବୋଲି ଜାଣିବାକୁ ମିଳିଛି। ଘଟଣା ଘଟାଇ ଫେରାର୍‌ ହୋଇ ଯାଇଥିବା ଅଭିଯୁକ୍ତ ସ୍ବାମୀଙ୍କୁ ପୁଲିସ୍‌ ଏବେ ଗିରଫ କରିଛି। ପାଖାପାଖି ୫ ସପ୍ତାହ ପରେ ପୁଲିସ୍‌ ତାଙ୍କ ଧରିଥିବା ସୂଚନା ରହିଛି। ଦ ମିରର୍‌ ମୁତାବକ, ଘଟଣାଟି ବ୍ରାଜିଲ୍‌ର ପ୍ଲେନାଟିନାର। ଏପରି କାଣ୍ଡ ରଚିଥିବା ଯୁବକର ବୟସ ୩୭ ବର୍ଷ ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe